ଗଞ୍ଜେଇ ଜବତ : ୨ ଗିରଫ

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ଚଢଉ କରି ୩ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ସାନଅଙ୍କରିଆ ଗ୍ରାମର ସୁଧୀର ଭୋଇ ଓ ଜାମଗାଁର ବିକାଶ ଡାଙ୍ଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ କଣ୍ଟାମାଳ ଥାନା ଟିକିରାପଡ଼ା ରାସ୍ତା ନିକଟରେ ଯାଞ୍ଚ କରୁଥିଲେ । ଯାଞ୍ଚବେଳେ ଏକ ବାଇକ୍‌କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚବେଳେ ସେଠାରୁ ଗଞ୍ଜେଇ ବାହାରିଥିଲା । ଏନେଇ ବିଭାଗ ପକ୍ଷରୁ ମାମଲା ରୁଜୁକରି ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଚଢ଼ଉରେ ଅବକାରୀ ଅଧିକାରୀ ଶ୍ରୀ ମଲ୍ଲିକଙ୍କ ସମେତ ଶୁକେଶିନି କୁଜୁର, ସଞ୍ଜୟ ସେଠୀ, ଶ୍ରୀକାନ୍ତ ବେହେରା, ଆନନ୍ଦ ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.