ଟିଟିଲାଗଡ କିରାନା ଆସୋସିଏସନ୍ ପକ୍ଷରୁ ନବ ନିର୍ବାଚିତ ବିଧାୟକ ନବିନ ଜୈନଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ୨୦୨୪ ପାଇଁ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ ନବୀନ ଜୈନ୍ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ଏହା ପରେ ସହରର ବିଭିନ୍ନ ବର୍ଗର ଲୋକଙ୍କ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ କିରାନା ଆସୋସିଏସନ୍‌ର ସଭାପତି ପ୍ରଭାକର ସରାଫଙ୍କ ନେତୃତ୍ୱରେ ବହୁତ ସଦସ୍ୟ ନୂତନ ବିଧାୟକ ନବୀନ ଜୈନଙ୍କ ବାସ ଭବନକୁ ଯାଇ ତାଙ୍କୁ ଫୁଲ ତୋଡା, ଉପଢ଼ୌକନ ଦେଇ ଶୁଭେଚ୍ଛା ଦେଇଥିଲେ । ଏହି ଅବସରରେ ଆସୋସିଏସନ୍‌ର ସମ୍ପାଦକ ରାଜୁ ମିଶ୍ର, କୋଷଧ୍ୟକ୍ଷ ହନୁମାନ ଅଗ୍ରୱାଲ, ସଦସ୍ୟ ମନ ଦାସ, ନେପାଲ ଦାସ, ସଞ୍ଜୟ ଦାସ, କେଦାର ସାହୁ, ସନ୍ତୋଷ ସାହୁ । ଏହି ଅବସରରେ ହାଟପଦା ପଡ଼ାରେ ଚାଷୀ, ବ୍ୟବସାୟୀ ମାନଙ୍କୁ ଯେମିତି ପୂର୍ବ ଭଳି ସୁବିଧା ସହ ବ୍ୟବସାୟ ହେଉଥିଲା ତାହା ଠାରୁ ଭଲ ବ୍ୟବସ୍ଥା କରିବା, ବଜାର ଭିତର ଅବସ୍ଥା ସୁଧାରିବା, ପୂର୍ବ ଭଳି ବଜାର ଭିତରେ କିପରି ଦୋକାନ ଖୋଲି ବ୍ୟବସାୟ କରାଯିବ ସେ ନେଇ କାର୍ଯ୍ୟ କରିବା ସହ କିରାନା ଆସୋସିଏସନତର ଯେତେବେଳେ ବି ଦରକାର ପଡ଼ିବ ବ୍ୟବସାୟୀ ଭାଇଭଉଣୀ ମାନଙ୍କ ପାଇଁ ନିଶ୍ଚିତ ଛିଡା ହୋଇ କାର୍ଯ୍ୟ କରିବି ବୋଲି ବିଧାୟକ ନବିନ ଜୈନ୍ କହିଥିବା ସଭାପତି ପ୍ରଭାକର ସରାଫ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.