csstore

ନବ ନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂଗ୍ରାମୀ ସାଥି ତଥା ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ନିଜର ଜନପ୍ରିୟତା ଯୋଗୁଁ ବିପୁଳ ଭୋଟ ବ୍ୟବଧାନରେ ବରଗଡ଼ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସମ୍ପୂର୍ଣ୍ଣ ଫଳା ଫଳ ଘୋଷଣା ପୂର୍ବରୁ ହଜାର ହଜାର ସମର୍ଥକ ତାଙ୍କର ପ୍ରିୟ ନବ ନିର୍ବାଚିତ ସାଂସଦଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି । ଜଣେ ଯୁବ ଜନପ୍ରିୟ ସାଂସଦକୁ ପାଇ ଅଞ୍ଚଳବାସୀ ବେଶ ଖୁସି ଅନୁଭବ କରୁଛନ୍ତି । ଆଜି ଭୋଟ ଗଣତି ଥିବାରୁ ପ୍ରତ୍ୟୁଷରୁ ଶ୍ରୀ ପୁରୋହିତ ନିଜର ଈଷ୍ଟ ଦେବାଦେବୀ, ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ ଅଞ୍ଚଳର ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ନୃସିଂହନାଥ, କୋମନା ବୈଷ୍ଣଦେବୀ ମନ୍ଦିର ଯାଇ ଦର୍ଶନ କରିଥିଲେ । ସେଠାରେ ଆଶୀର୍ବାଦ ନେଇ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ଦେବା ଦେବୀଙ୍କ ଆଶୀର୍ବାଦ ନେଇ ପ୍ରତ୍ୟାବର୍ତ୍ତନ କରିଥିଲେ । ନିଜ ଗାଁକୁ ଫେରିବା ପରେ ପରିବାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ମଙ୍ଗଳ ଆରତୀ କରିଥିଲେ । ଜସାଧାରଣ ଯେଉଁ ବିଶ୍ୱାସ କରି ତାଙ୍କୁ ନିର୍ବାଚିତ କରିଛନ୍ତି, ତାଙ୍କର ବିଶ୍ୱାସ ଭାଜନ ହେବାକୁ ସାମୁହିକ ସ୍ୱାର୍ଥ ଦୃଷ୍ଟି ଅନୁସାରେ କାମ କରିବି ବୋଲି ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ କହିଛନ୍ତି । ପୀତବାସ ସାହୁ, ବଳରାମ ସାହୁ, ପୁରନ୍ଦର ସାହୁ, ଶ୍ରୀକାନ୍ତ ମିଶ୍ର, ଅଲେଖ ସାହୁ, ସେବକ ମେହେର, ମାଧବ ପାଣିଗ୍ରାହୀ, ରାଜେନ୍ଦ୍ର ସେଠ, ରାଜ କିଶୋର ସାହୁ, ସତ୍ୟ ବେହେରା ପ୍ରମୁଖ ଶତାଧିକ ସମର୍ଥକ ସହ ସାମ୍ବାଦିକ ବଡ ଶତପଥୀ, ରମେଶ ବାରିକ, ସୁରଥ ସାହୁ, ନିରୋଜ ପାଣୀ, ଆଭାସ ପ୍ରଧାନ, ଝସକେତନ ବରିହା, ପ୍ରିତେଶ ବହିଦାର, ଅଶୋକ କୁମାର ମିଶ୍ର, କୁନାଲ ପାଣିଗ୍ରାହୀ, ଯୁଗଳ ସାହୁ, ଚିନୁ ସାମଲ, ମଣ୍ଟୁ ପାଣ୍ଡେ, ଦିନେଶ ବାରିକ, ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକମାନେ ଶ୍ରୀ ପୁରୋହିତଙ୍କୁ ବିଜୟର ଶ୍ରେୟ କାହାକୁ ଦେବେ ବୋଲି ପଚାରିବାରୁ ବରଗଡ ସାଂସଦୀୟ କ୍ଷେତ୍ରର ଭୋଟର ଭାଇଭଉଣୀ ମାନଙ୍କୁ ଦେବା ସହ ଭାରତର ଜଶସ୍ପି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟାନ ବିଜେପି ଉଚ୍ଚ ନେତୃବୃନ୍ଦକୁ ଶ୍ରେୟ ଦେବି ବୋଲି କହିଥିଲେ । ଏହା ତାଙ୍କର ବିଜୟ ଅଟେ, ମୋ ମା, ସ୍ୱର୍ଗୀୟ ପିତା, ମୋର ଗୁରୁଜନ ମାନଙ୍କ, ପ୍ରଭୁ ନୃସିଂହନାଥ ଓ ମାତା ଦୁର୍ଗା ଦେବୀଙ୍କ ଆଶୀର୍ବାଦ ଯୋଗୁଁ ବିଜୟ ଲାଭ କରିଛି ବୋଲି କହିଥିଲେ ।

jayashree
Leave A Reply

Your email address will not be published.