କଣ୍ଟାବାଞ୍ଜି ଅବକାରୀ ବିଭାଗଦ୍ୱାରା ରେଲୱେ ଷ୍ଟେସନ୍‌ରୁ ବିପୁଳ ପରିମାଣ ଗଞ୍ଜେଇ ଜବତ : ଜଣେ ଅଭିଯୁକ୍ତ କୋର୍ଟଚାଲାଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ୍‌ରୁ ବେଆଇନ ଚୋରା ଚାଲାଣ ୩୭ କେ. ଜି. ୫୦୦ ଗ୍ରାମ ଗଞ୍ଜେଇ ଅବକାରୀ ବିଭାଗଦ୍ୱାରା ଜବତ କରାଯାଇଛି । ଚୋରା ଚାଲାଣ କରୁଥିବା ଅଭିଯୁକ୍ତକୁ ଗିରଫ କରି ଶନିବାର ଦିନ କୋର୍ଟଚାଲାଣ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ କଣ୍ଟାବାଞ୍ଜି ରେଲୱେ ପ୍ଲାର୍ଟଫର୍ମ ନଂ.୧ରୁ ଜଣେ ବ୍ୟକ୍ତି ୩୭ କେ.ଜି ୫୦୦ ଗ୍ରାମ ଗଞ୍ଜେଇ ଟ୍ରେନ୍‌ ଯୋଗେ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କଣ୍ଟାବାଞ୍ଜି ଘଟଣାସ୍ଥଳରେ ଜବତ କରିଛି । ଅଭିଯୁକ୍ତ ଜଣକ ହେଲେ ମଧ୍ୟ ପ୍ରଦେଶ ରାଜ୍ୟର ଅଗରମାଲୱା ଜିଲ୍ଲା ଶୁନସେର ଥାନା ଗର୍ଡା ନିବାସୀ ବିକ୍ରମ ସିଂ (୩୩) ବୋଲି ଜଣାପଡିଛି । କଣ୍ଟାବାଞ୍ଜି ଅବକାରୀ ଥାନା ଅଧିକାରୀ ପ୍ରବିଣ ସାହୁ, ଏ. ଏସ୍‌. ଆଇ. ଆର୍ତତ୍ରାଣ ବୋହିଦାର, କନେଷ୍ଟେବଲ୍‌ ମମତା ବେହେରା, ଆଶିଷ କୁମାର ପୁଟେଲ, ଦେବାର୍ଚ୍ଚନ ଭୁଏ ସହ ଆର. ପି. ଏଫ. କଣ୍ଟାବାଞ୍ଜି ଥାନା ଅଧିକାରୀ ଏବଂ ଅନ୍ୟମାନେ ସାମିଲ ଥିଲେ । କଣ୍ଟାବାଞ୍ଜି ଅବକାରୀ କେଶ ନଂ. ୩୫/୨୦୨୪-୨୫ ତା.୦୧.୬.୨୦୨୪ ରୁଜୁ କରି ଶନିବାର ଦିନ ସ୍ଥାନୀୟ କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସ୍ଥାନୀୟ ସବ୍‌ ଜେଲକୁ ପଠାଯାଇଥିବା ଅବକାରୀ ବିଭାଗରୁ ସୂଚନା ମିଳିଛି ।

Leave A Reply

Your email address will not be published.