ଡାକ୍ତରଖାନାରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ

କାଳିଆପାଣି : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ଅପରାହ୍ଣରେ ରୋଗୀ ଭିଡ଼ ଥିବା ସମୟରେ ମେନ୍ ସୁଇଚ୍ ପାଖ କଣ୍ଟ୍ରୋଲ୍‌ ପ୍ୟାନେଲ୍‌ରେ ସଟ୍‌ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା । ବରିଷ୍ଠ ଚିକିତ୍ସାଧିକାରୀ ଡାକ୍ତର ପ୍ରକାଶ ପଣ୍ଡାଙ୍କ ପାଖରେ ‌ରୋଗୀମାନଙ୍କର ଲମ୍ବା ଧାଡ଼ି ଲାଗିଥିବାବେଳେ ହଠାତ ନିଆଁ ଲାଗିଥିଲା । ଡାକ୍ତର, ସହାୟକ, ବିଭାଗୀୟ କର୍ମଚାରୀ ଓ ରୋଗୀ ଭୟରେ ଏଣେତେଣେ ଦୌଡ଼ିଥିଲେ । ସୁରକ୍ଷାକର୍ମୀ ନେତ୍ରାନନ୍ଦ ବେ‌ହେରା ସାହସକରି ଅଗ୍ନିକାଣ୍ଡ ସ୍ଥଳକୁ ଯାଇ ମେନ୍‌ସୁଇଚ୍ ବନ୍ଦ୍ କରିବା‌ରୁ ନିଆଁ ଆୟତ୍ତ ହୋଇପାରିଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.