ମା’ ରାମାୟଣାମ୍ମା ଦ୍ୱିତୀୟ ସନ୍ଧ୍ୟାର ଘଟଯାତ୍ରା

  • ଜଗମାଲ୍ ରାଜ୍‌ଙ୍କ ଘର ଦ୍ୱାରେ ମାଆ ସାନ୍ତାଆଣୀ ରାଜଭୋଗ ସାରିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଦ୍ୱିତୀୟ ସନ୍ଧ୍ୟାର ଘଟଯାତ୍ରା ଏକ ନିଆରା ଅଟେ । ଆଜି ମା’ ଅପରବସ୍‌ଷ୍ଟାଣ୍ଡ ଅଭିମୁଖେ ବାହାରିଛନ୍ତି । ପ୍ରକାଶ ଥାଉକି ତତ୍କାଳୀନ ସମୟରେ ଜଗମାଲ୍ ରାଜ୍ ବୋଲି ଜଣେ ଗୁଜୁରାଟୀ ପରିବାର ଛତ୍ରପୁରର ଷ୍ଟେସନ୍‌ ରୋଡ୍‌ ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରିଆସୁଥିଲେ । କିଛି ଦିନର ରହଣି କାଳରେ ସେହି ପରିବାର ମା’ ରାମାୟଣାମ୍ମାଙ୍କ ଆଶିଷ ଲାଭ କରିଆସିବା ପରେ ଏହି ପାରମ୍ପରୀକ ଯାତ୍ରାର ଆୟୋଜନରେ ସେ ମଧ୍ୟ ଜଡ଼ିତ ହୋଇଥିଲେ ଏବଂ ସେ ଜଣେ ପୃଷ୍ଠପୋଷକ ସାଜି ଥିଲେ । ଯାହାକି ଏହି ମହନୀୟ ପରମ୍ପରାର ବର୍ଣ୍ଣାଢ଼୍ୟ ସମ୍ଭାର ଯାତ୍ରାର ଦ୍ୱିତୀୟ ଦିବସର ସନ୍ଧ୍ୟା ତାଙ୍କରି ଖର୍ଚ୍ଚରେ ତାଙ୍କରି ବାସଭବନକୁ ମାଆ ଆଗମନ କରିଥିଲେ । ରାଜ୍-ଭୋଗ ସାରି ଆନନ୍ଦ ତୃପ୍ତି ହୋଇଥିଲେ । ଅଧୁନା ସେହି ପରିବାର ଲୋକେ ଆଉ କେହି ଏଠାରେ ନାହାଁନ୍ତି, ସତ କିନ୍ତୁ ତାଙ୍କରି ପରବର୍ତ୍ତୀ ପର୍ୟ୍ୟାୟରେ ଜଣେ ଆଞ୍ଚଳିକ ବ୍ରାହ୍ମଣ ପରିବାର ଯଥା କ୍ରିଷ୍ଣା ପାଣିଗ୍ରାହୀଙ୍କ ପରିବାର ଲୋକେ ଏହି ଯାତ୍ରା ସମାହିତ କରିଆସୁଛନ୍ତି । କିନ୍ତୁ ତତ୍କାଳୀନ ସ୍ୱର୍ଗୀୟ ଜଗମାଲ୍ ରାଜ୍ ପରିବାରଙ୍କ ନାମରେ ଏହି ପୂଜା / ରାଜ ଭୋଗ ତଥା ଦ୍ୱିତୀୟ ଦିବସର ଯାତ୍ରା ସମୟ କ୍ରମେ ଚିରା ଚରିତ ପ୍ରଥାରେ ପ୍ରଚଳିତ ହେଇ ଆସିଥିବା କୁହାଯାଇଛି । ମା’ ଙ୍କଠାରେ ଆଜି ସନ୍ଧ୍ୟାବେଳେ ପ୍ରଥମେ ମଣ୍ଡା ପିଠା ଭୋଗ ଲାଗି ହୋଇଛି । ସନ୍ଧ୍ୟା ଆରତୀ, ଭୋଗରାଗ ବନ୍ଦାପନା ପରେ ଦେବୀଙ୍କର ମୁଖ୍ୟ ସହଚରୀ କାଳିକା ରାଣୀ ହାତ ଧରି ଡାକିବା ପୂର୍ବକ ରଣପା କାଳୀଙ୍କ ପ୍ରଥମେ ନାଚ ହୋଇଥିଲା । ପରେ ମା’ ଘଟଯାତ୍ରାରେ ବାହାରିଥିଲେ । ଉକ୍ତ ପରିବାରଙ୍କ ଘର ଦାଣ୍ଡ ଦ୍ଵାର ସମ୍ମୁଖରେ ଦେବୀ ଦଶଭୁଜା ସମାଦୃଶ ଅର୍ଥାତ୍ ଲୌକିକ ମତରେ ଦଶଜଣ ମହିଳାଙ୍କୁ ଅଙ୍ଗ ବସ୍ତ୍ର ପରିଧାନ କରି ଠାକୁରଙ୍କୁ ସମ୍ବର୍ଦ୍ଧିତ କରାଇ ଦୀପ ଧୂପ, ରାଜ ଭୋଗ ଲାଗି, ଆରତୀ ବନ୍ଦାପନା ହୋଇ ମାଆ ସେଠାରୁ ଫେରିଥିଲେ । କ୍ରିଷ୍ଣା ପାଣିଗ୍ରାହୀଙ୍କ ପରିବାର ସମୂହ ଉପସ୍ଥିତ ହୋଇଥିଲେ । ଦେବୀଙ୍କ ବିଭୂକୃପା ଲାଭ କରି ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଦେବୀ ପ୍ରସନ୍ନ ହୋଇଥିଲେ । ମାଆ ସାନ୍ତାଆଣୀ ରାଜଭୋଗ ଖାଇ ଦେବୀ ସେଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦେବୀଙ୍କ ଘଟଯାତ୍ରା ଖୁବ୍ ଉତ୍ସବ ମୁଖର ହୋଇ ଉଠିଥାଏ । ଗୁରୁବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବୀଙ୍କ ଘଟଯାତ୍ରାରେ ଅଗଣିତ ଭକ୍ତ ଦେବୀ ଦଶଭୁଜା ମହାମାୟୀଙ୍କ ଅପରୂପ ସୌନ୍ଦର୍ୟ୍ୟ ବେଶ ଦେଖି ଦର୍ଶକ ବିମୋହିତ ହୋଇଥିଲେ ।

Leave A Reply

Your email address will not be published.