csstore

ମାଓବାଦୀଙ୍କ ଟାର୍ଗେଟରେ ପୋଲିସ : ଜଣେ ମୃତ

କନ୍ଧମାଳ : କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର୍‌ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଜାରି ରହିଛି । ଗତକାଲି କୋଟଗଡ଼ର ଜଙ୍ଗଲରୁ ମାଓବାଦୀ ରଖିଥିବା ବିସ୍ଫୋରକ, ଟିଫିନ୍‌ ବୋମା ଓ ବିପୁଳ ବିସ୍ଫୋରକ ଉଦ୍ଧାର କରାଯାଇଥିଲା । ୨୪ ଘଣ୍ଟା ନ ବିତୁଣୁ ଗୋଛାପଡ଼ା ଥାନା ଇଲାକାରୁ କମ୍ବିଂ ଅପରେସନ୍‌ ବେଳେ ଯବାନମାନେ ପୁଣି ଶକ୍ତିଶାଳୀ ଆଇଇଡି ବୋମା ଉଦ୍ଧାର କରିଛନ୍ତି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି କୋଟଗଡ଼ ଏବଂ ରାୟଗଡ଼ା ସୀମାନ୍ତ ଏବଂ କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ୍‌କୁ ଆହୁରି ଜୋର୍‌ଦାର କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ସୂଚନା ଥାଉକି ଗତକାଲି ପୋଲିସ ଇନ୍‌ଫର୍ମର୍‌ ସନ୍ଦେହରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାରିପଙ୍ଗା ଗ୍ରାମର ଯୁବକ ‌ମେଟଲା ରୋହିତଙ୍କୁ ମାଓବାଦୀ ନିର୍ମମ ହତ୍ୟା କରିଥିଲେ।

jayashree
Leave A Reply

Your email address will not be published.