ଖଇରା ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା : ଡ୍ରାଇଭର ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ଥାନା ଅନ୍ତର୍ଗତ ଖଇଁରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି । ସୂଚନାନୁସାରେ ଗତ ରାତ୍ରି ଭୋର ସକାଳ ୪ଟା ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦୃତ ଗତିରେ ଆସୁଥିଲେ । ସେଥି ମଧ୍ୟରୁ ଗୋଟିଏ ଟ୍ରକ୍‌ ନିଜ ଭାରସାମ୍ୟ ହରାଇ ଆଉ ଗୋଟିଏ ଟ୍ରକ୍‌କୁ ଧକ୍କା ଦେବା ଫଳରେ ଉକ୍ତ ଦୁର୍ଘଟଣାଟି ଘଟିଥିବା ଅନୁମେୟ କରାଯାଉଛି । ଯେଉଁଥି ପାଇଁ ଚାଳକ ଘଟଣା ଘଟି ଥିବା ଗାଡ଼ି ଭିତରେ ହିଁ ଚାପି ହୋଇ ମୃତୁ ହୋଇଯାଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତି ହେଇଛନ୍ତି ରାଇଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିସୀ ଗ୍ରାମର ତିରୁପତି ସିଂ ବୋଳି ଜଣାପଡିଛି । ଉକ୍ତ ଘଟଣାର ଖବରପାଇବା ମାତ୍ରେ ବୋଡ଼େନ ଅଗ୍ନିଶମ ବିଭାଗ ଓ ବୋଡେ଼ନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବ ଉଦ୍ଧାର କରି ବୋଡେ଼ନ ଡାକ୍ତର ଖାନାକୁ ସବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ବିଶେଷ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.