oom

ଚବିଶ ପ୍ରହରୀ ନାମଯଜ୍ଞ : ଭକ୍ତିମୟ ପରିବେଶରେ ବେଲପଡା ଗ୍ରାମ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଅନୁଷ୍ଠିତ ହୋଇଛି ଶ୍ରୀ ଶ୍ରୀ ଚବିଶ ପ୍ରହରୀ ନାମଯଜ୍ଞ । ଗାଁରେ ଗୋଟିଏ ପ୍ରକାର ଭକ୍ତିମୟ ପରିବେଶ ସ୍ୱଷ୍ଟି ହେଉଛି । ରାମ ନାମରେ ପ୍ରକମ୍ପିତ ହେଉଛି ପୁରା ଅଂଚଳ । ଗତ ୨୦ ତାରିଖ ଦିନଠାରୁ ଆରମ୍ଭ ହୋଇ ୨୪ ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ଜଣାପଡିଛି । ଗତ ୨୦ ତାରିଖ ଦିନ ବେଲପଡା ଶିବ ମନ୍ଦିର ଠାରୁ ୧୦୮ କଳସ ଶୋଭାଯାତ୍ରାରେ ବାହାରି ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଭରତ ପୁଟେଲ ଓ ତାଙ୍କ ସହଧର୍ମିଣୀ ଚନ୍ଦ୍ରକାନ୍ତି ପୁଟେଲ ଦାୟିତ୍ୱ ନେଇଥିବା ବେଲେ ପୂଜକ ଭାବେ ଦଣ୍ଡପାଣି ମିଶ୍ର ଓ ସାଥିମାନେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଆୟୋଜକ କମିଟିର ସଭାପତି ଦେବରାଜ ପୋଡ, ସମ୍ପାଦକ ରଞ୍ଜିତ ମେହେର, କମ୍ବୁପାଣି ପୋଡ, ରାମଲାଲ ପୁଟେଲ, ଗଜମନ ପୁଟେଲ, କୋଷାଧ୍ୟକ୍ଷ ରୁପେଶ ମେହେର, ନିରାକାର ମେହେର, ବିଭିଷଣ ବାଗ, ବିପିନ ବିହାରୀ ପୋଡ, ବୈଶାଖୁ ବଘେଲ, କିଶୋର କୁମାର ବଘେଲଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ନାମଯଜ୍ଞରେ ବଲାଙ୍ଗିର ଜିଲ୍ଲା ସମେତ ନୂଆପଡା ଓ କଲାହାଣ୍ଡି ଜିଲ୍ଲା ସହିତ ବିଭିନ୍ନ ମହିଳା ଦଳ ମଧ୍ୟ ଯୋଗଦାନ କରିଛନ୍ତି । ବେଲପଡା (ତଳପଡା), ବେଲପଡା (ଉପରପଡା), କଟିଙ୍ଗପଦର, ସାଲେପାଲି, ସୁନାମାଲ, ମୁଙ୍ଗୁନାପଦର (କୋକସରା), ପିପଲଗୁଡା (ଜୟପାଟଣା), ବଡଗମଡା ଉପରପଡା, କୁଶମାଲ, ଛୁରିଆଗଡ, ପଦ୍ମପୁର ପ୍ରମୁଖ ସଂକୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରି ପ୍ରଭୁ ନାମ ଗାନ କରୁଛନ୍ତି । ଏହି ଅବସରରେ ଗ୍ରାମର କିଛି ସ୍ୱେଚ୍ଛାସେବୀ ଗୁପ୍‌ଚୁପ୍ ଓ ପାଣି ବଣ୍ଟନ କରାଯାଇଥିବା ଦେଖିବାକୁ ମିଲିଛି । ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଲିଛି । ଏଥିରେ ବେଲପଡା ଗ୍ରାମବାସୀ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.