jsm

କର୍ଲାମୁଣ୍ଡାରେ ବଳ ଗୋଟାଉଛି କଂଗ୍ରେସ : ୬ ଜଣ ସମିତି ସଭ୍ୟ କଂଗ୍ରେସରେ ସାମିଲ

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ସରଦାପୁର ଠାରେ କଂଗ୍ରେସ ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାଥୀ ଭକ୍ତ ଚରଣ ଦାସ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ଏହି ବ୍ଲକର ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ରେଗଡା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଗେଲ କମ୍ପ, ସ.ମାଲପଡା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଗୋଲାପ ସାହୁ, ବୋରପଦର ଗ୍ରାମପଞ୍ଚାୟତ ସମିତି ସଭ୍ୟା ଆରତୀ ସାହୁ, ରିଞ୍ଜା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଆନନ୍ଦ ବାଗ, ସାପଲହରା ଗ୍ରାମପଞ୍ଚାୟତ ସମିତି ସଭ୍ୟା ଦିଶାନ୍ତି ସୁନା ପ୍ରମୁଖ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ତେବେ ସମିତି ସଭ୍ୟ ମାନଙ୍କ ଦଳରେ ସାମିଲ ହେବା କଂଗ୍ରେସ ଦଳ ପାଇଁ ଶୁଭ ସଂକେତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ, କର୍ଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀ, କଂଗ୍ରେସ ନେତା ଚିତ୍ତରଞ୍ଜନ ମଣ୍ଡଳ, କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ମାଣିକ୍ୟ ସୁନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.