ସଡ଼କ ଦୁର୍ଘଟଣାରେ ୧ ଗୁରୁତର, ୨ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଜି ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ହଜବନ୍ଧ ସ୍ଥିତ ମୁଖ୍ୟରାସ୍ତା ଉପରେ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଆହତ ହୋଇ ପୋଲସରା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ମୁତାବକ ଆଜି ଅପରାହ୍ନ ୫ଟା ସମୟରେ ଚିରିକିପଡା ଶାସନ ଗ୍ରାମର ଅଭିମନ୍ୟୁ ଜେନା କୌଣସି କାମରେ ଯାଇ ସାଇକେଲରେ ନିଜ ଗ୍ରାମକୁ ଫେରୁଥିବା ବେଳେ ପଙ୍କଳବାଡି ଗ୍ରାମର ଦୀପକ ପ୍ରଧାନ ଓ ଜଗନ୍ନାଥ ସାହୁ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଚିରିକିପଡା ଶାସନ ଗ୍ରାମର ହଜବନ୍ଧ ଠାରେ ସାଇକେଲ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଅଭିମନ୍ୟୁଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା ଏବଂ ବାଇକ୍ ଚାଳକ ଦୀପକ ଓ ଜଗନ୍ନାଥ ସାମାନ୍ୟ ଆହତ ହୋଇଥିଲେ । ତିନି ଜଣଙ୍କୁ ସ୍ଥାନୀୟ ଲୋକମାନେ ପୋଲସରା ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେଠାରେ ତିନି ଜଣଙ୍କର ଚିକିତ୍ସା କରାଯାଉଥିଲା । ଅଭିମନ୍ୟୁ ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା ।

jittmm
Leave A Reply

Your email address will not be published.