oom

ଆଞ୍ଚଳିକ ଆର୍ଟ ଗ୍ୟାଲେରୀ : ବଲାଙ୍ଗିର ଠାରେ ପ୍ରଥମଥର ପାଇଁ ସ୍ଥାନୀୟ ଶିଳ୍ପୀଙ୍କ ମିଳିତ ଚିତ୍ରକଳା ପ୍ରଦର୍ଶନୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶହରରେ ନବନିର୍ମିତ ଓଡିଶା ଲଳିତ କଳା ଏକାଡେମୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ୫ ଜଣ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମିଳିତ ଭାବେ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଅଞ୍ଚଳର ସୁନାମଧନ୍ୟ ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର, ଭାସ୍କର୍ଯ୍ୟ ଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେରଙ୍କ ଦ୍ୱାରା ଏହି ପ୍ରଦର୍ଶନୀଟୀ ଆନୁଷ୍ଠାନୀକ ଭାବେ ଉଦ୍‌ଘାଟିତ ହୋଇଥିବା ବେଳେ ଏଥିରେ ଅଂଶଗ୍ରହଣ କରିଥିବା ଚିତ୍ରଶିଳ୍ପୀ ଡା. ଦୀନବନ୍ଧୁ ସାହୁ, ଶାନ୍ତନୁ କୁମାର ମେହେର, ଝରଣା ମିଶ୍ର, ଲୀନା ମେହେର ଏବଂ ସୁଶାନ୍ତ ମେହେରଙ୍କ ଦ୍ୱାରା ପ୍ରସ୍ତୁତ ସମୁଦାୟ ୩୭ଟି ଛବି ପ୍ରଦର୍ଶିତ ହୋଇଛି । ସାମ୍ପ୍ରତିକ ସମୟରେ ଜୀବନର ବାସ୍ତବତା, ଗ୍ଲୋବାଲ ୱାର୍ମିଙ୍ଗ, ଜନ ସଂସ୍କୃତି, ମାନବିକ ମୂଲ୍ୟବୋଧ, ପ୍ରେମ, ଆବିରବିବିଧ, ଭାବ୍ୟାବେଗ ଓ ଚିନ୍ତନକୁ ନେଇ ଅଙ୍କିତ ଚିତ୍ରଗୁଡିକୁ କବି ଭାଗିରଥି ମିଶ୍ର, ପ୍ରହଲ୍ଲାଦ ଶତପଥୀ, ଡା. ନିବେଦିତା ସାହୁ ସମେତ ଉପସ୍ଥିତ କଳାନୁଗ୍ରାହୀ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ । ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ଉତ୍ସାହିତ କରିବାପାଇଁ ଗ୍ୟାଲେରୀର ତତ୍ୱାବଧାରକ ଚିତ୍ରଶିଳ୍ପୀ ସରୋଜ ମହାପାତ୍ର ପ୍ରଦର୍ଶନୀର ଆୟୋଜନ ପାଇଁ ସମସ୍ତ ସହଯୋଗ କରିଥିଲେ । ଚିତ୍ର ପ୍ରଦର୍ଶନୀର କ୍ୟୁରେଟର ପ୍ରଜ୍ଞା ବେଦବ୍ୟାସ ପ୍ରଦର୍ଶିତ ଛବିଗୁଡିକ ଉପରେ ତାଙ୍କର ବିଶ୍ଲେସଣାତ୍ମକ ମନ୍ତବ୍ୟ ରଖିଥିଲେ । ଏହି ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ୩୦ ଏପ୍ରିଲ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶକ ତଥା କଳା ପ୍ରେମୀଙ୍କ ପାଇଁ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ ।

jittmm
Leave A Reply

Your email address will not be published.