pakka

୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା

bbehera

କଟକ : ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ଖବର ମୁତାବକ, ଗତକାଲି ଶହେ ଟଙ୍କା ପାଇଁ ଅଭିଯୁକ୍ତ ବାପା ମାନସ ବେହେରା ତାଙ୍କ ପୁଅ ସହ ବଚସା ହୋଇଥିଲା । ଏହା କ୍ରମଶଃ ଉଗ୍ରରୂପ ନେଇ କ୍ରୋଧରେ ଜର୍ଜରିତ ହୋଇଥିଲେ । ପୁଅ ଶୋଇଥିବା ବେଳେ କଟୁରୀରେ ହାଣିଦେଲା ବାପା । ପୁଅର ଚିତ୍କାର ଶୁଣି ପାଖ ପଡୋଶୀ ଦୌଡି ଆସି ମାନସ ବେହେରାଙ୍କୁ କାବୁ କରି ପୁଅକୁ ମେଡିକାଲ୍‌ ପଠାଇଥିଲେ । ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ଗରିଫ କରି ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

7 + 4 =