ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର : ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଅତାବିରା ଅଞ୍ଚଳର ଶ୍ରୀନୁ ବୋଲି ସମ୍ବଲପୁର ଜିଆର୍‌ପି ପୁଲିସ ପକ୍ଷରୁ କୁହାଯାଇଛି । ରବିବାର ସକାଳେ ବରଗଡ଼ ରେଳଷ୍ଟେସନ୍‌ ନିକଟରେ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇ ସମ୍ବଲପୁର ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.