ନୂଆ ବର୍ଷ ଆରମ୍ଭରୁ ଚୋରି, ଡକାୟତି : ଘର ବାଡ଼ିପଟୁ ବୋଲେରୋ ଚୋରି, ଥାନାରେ ଏତଲା

ଦେଓଗାଁ, (ମନୀଷ କୁମାର ସାହୁ) : ନୁଆ ବର୍ଷ ଆରମ୍ଭରୁ ଦେଓଗାଁ ବ୍ଳକ୍ ସିଲେଟକାନି ଗାଁରେ ଡକାୟତି ହୋଇଛି । ଡାକାୟତମାନେ ସିଲେଟକାନି ଗାଁର ଅଶୋକ ମେହେରଙ୍କ ବଲେରୋ ଗାଡ଼ି ଚୋରି କରି ନେଇଛନ୍ତି । ଏନେଇ ଶ୍ରୀ ମେହେର ପୁଲିସରେ ଅଭିଯୋଗ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ରାତିରେ ଶ୍ରୀ ମେହେର ତାଙ୍କ ଘର ପଛପଟେ ବଲେରୋ ଗାଡ଼ିକୁ ରଖିଥିଲେ । ଶୁକ୍ରବାର ସକାଳୁ ସେଠାରେ ଗାଡ଼ିଟି ନଥିଲା । ତାଙ୍କ ଗାଡ଼ି ଚୋରି ହୋଇଛି ବୋଲି ସେ ଦେଓଗାଁ ଥାନାରେ ଏତଲା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ଅଞ୍ଚଳରେ ଚୋରି ଡକାୟତି ବଢୁଥିଲେ ବି ପୁଲିସକୁ ସେତେଟା ସଫଳତା ମିଳୁନାହିଁ । ଫଳରେ ଏ ଅଞ୍ଚଳରେ ଚୋରି ଡକାୟତି ଆହୁରି ବଢ଼ିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲାରେ ନୂଆ କରି ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେଓଗାଁ ଥାନା ଅଧୀନରେ ହେଉଥିବା ଚୋରି, ଡକାୟତି, ରାହାଜାନୀ, ଲୁଟ ପାଟ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!