oom

କଂଟାବାଂଜିରୁ ବିଧାୟକ ଆସନରେ ଲଢ଼ିବେ ଖୋଦ୍‌ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

jsmm

କଂଟାବାଂଜି, (କେପିଏନ୍‌ଏସ୍‌) : କଂଟାବାଂଜିରୁ ବିଧାୟକ ଆସନରେ ଲଢ଼ିବେ ଖୋଦ୍‌ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ି ପକ୍ଷରୁ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ଦୀର୍ଘ ଦିନରୁ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣ୍ଣଛେଦ ପକାଇ କଂଟାବାଂଜିରୁ ଲଢ଼ିବେ ନିଜେ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ଓଡ଼ିଆ ଜାତିର ସ୍ୱାଭିମାନ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଜେଡ଼ି ପକ୍ଷରୁ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ପୂର୍ବତନ ଆଦର୍ଶ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଆଶୀର୍ବାଦ ନେଇ ନବୀନ ପଟ୍ଟନାୟକ କଂଟାବାଂଜି ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । କଂଟାବାଂଜି ବିଧାୟକ ଆସନରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ବଲାଙ୍ଗିର ବିଜେଡ଼ିରେ ନୂତନ ପ୍ରକାରର ଉଲ୍ଲାସ ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.