pakka

ରାମ ନବମୀ ପର୍ବ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଧବାର ଅର୍ଥାତ୍ ୧୭ ତାରିଖ ପୂର୍ବାହ୍ନରୁ ଛତ୍ରପୁର ଷ୍ଟେସନ୍‌ ନିକଟସ୍ଥ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମନବମୀ ମହୋତ୍ସବ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପୂର୍ବାହ୍ନରେ ବିଧିବଦ୍ଧ ଭାବେ ଷୋଡ଼ଶ ପୂଜା ବିଧିରେ ଆରମ୍ଭ ହେବ । ମନ୍ଦିରରୁ ଅପରାହ୍ନ ୪ ଘଣ୍ଟା ସମୟରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରିବ ଯାହାକି, ଚଳିତ ବର୍ଷ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଭାବେ ପାଳନ ହେବା ସଦୃଶ ଏହାକୁ ଲୋକାଭିମୁଖୀ କରିବା ପାଇଁ ପବିତ୍ର ରାମ ନବମୀ ଦିନ ଏହାର ମହତ୍ତ୍ୱ ସମ୍ପର୍କରେ ଜନ ସଚେତନତା କରାଯିବା ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା ବର୍ଣ୍ଣାଢ଼୍ୟ ପଟୁଆରରେ ବାହାରି ମର୍ଯ୍ୟଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତି ଭାବାବେଗରେ ଆହ୍ଲାଦିତ କରିବା ଭଳି ପଦକ୍ଷେପ ନିଆଯିବ ବୋଲି ଆୟୋଜନ କମିଟି ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ’ ଏହି କାର୍ଯ୍ୟକ୍ରମ ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ କୌଣସି ବି ରାଜନୈତିକ ଦଳ ସଂଶ୍ଲିଷ୍ଟ ଏବଂ ଅଂଶଗ୍ରହଣ କରିବେ ନାହିଁ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ହେଇଥିବା ଏଠାରେ ସ୍ଵଷ୍ଟ କରଯାଇଛି । ରାମମନ୍ଦିର ପରିଚାଳକ ସନ୍ତୋଷ ମୂର୍ତ୍ତି ଏବଂ ଏସ. ରାମକୃଷ୍ଣ ରେଡ୍ଡିଙ୍କ ସଂଯୋଜନାରେ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରିବ । ପୁତିଗୋପାଳପୁର, ରିକାପଲ୍ଲୀ ଦେଇ ରାମାୟଣ ମନ୍ଦିର ଯାଏଁ ଶୋଭାଯାତ୍ରା ପରିକ୍ରମଣ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ପରେ ରାମାୟଣ ମନ୍ଦିର ନିକଟରେ ପ୍ରସାଦ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଗର କୁମାର ସେନାପତି, ଛତ୍ରପୁର ଏସ. ଡ଼ି. ଜେ.ଏମ୍. କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ଏମ. ଚିନ୍ନା ରେଡ୍ଡୀ, ବି ରାଜୁ, ତୁଷାର କାନ୍ତ ଶତପଥୀ, ନିଖିଲ ଭାଇ, ପାର୍ଥସାରଥୀ ଭାଇ ତଥା ସିଦ୍ଧି ବିନାୟକ ଅଟୋ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ରାମ ଲାଲାଙ୍କ କାର୍ଯ୍ୟକ୍ରମରେ ଛତ୍ରପୁର ସହର ବାସୀଙ୍କର ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.

three × two =