csstore

ଦେଷଣ୍ଢ ପଞ୍ଚମ ଚାନ୍ଦିଲି ପାହାଡ ମହୋତ୍ସବ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକ ଦେଷଣ୍ଢ ଗାଁରେ ୫ମ ଚାନ୍ଦିଲି ପାହାଡ ମହୋତ୍ସବ ବିଶ୍ଵଶାନ୍ତି ବ୍ରହ୍ମାଯଜ୍ଞ ଉଦଯାପିତ ହୋଇଯାଇଛି । ଏଥିରେ ବ୍ରହ୍ମଯଜ୍ଞ କର୍ତ୍ତା ଭାବେ ଘାସିରାମ ରଣା ଓ ଦମୟନ୍ତୀ ରଣା ଦାୟିତ୍ଵ ନେଇ ଥିବା ବେଳେ ବଙ୍ଗୋମୁଣ୍ଡା ର ମଠାଧିପତି ଅବଧୂତ କପିଳେନ୍ଦ୍ରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦେଓଗାଁ ବ୍ଲକ୍ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯୋଗ ଦେଇଥିଲେ । ମହୋତ୍ସବର ସଭାପତି ଭାବେ ଦେସଣ୍ଡ ପଞ୍ଚାୟତର ପୂର୍ବ ସରପଞ୍ଚ ସ୍ଵୟମ୍ବର ମେହେର ଦାୟିତ୍ଵ ନେଇଥିବା ବେଳେ ଗାଁର ସତ୍ୟନାରାୟଣ ଷଡ଼ଙ୍ଗୀ, ବିଦ୍ୟାଧର ନାଏକ, ବିରଞ୍ଚି ଷଡ଼ଙ୍ଗୀ, ନୀଳମଣି ପାଣିଗ୍ରାହୀ, ଦୀନବନ୍ଧୁ ମେହେର, ଦୁର୍ଲଭ ଷଣ୍ଢ, ଡମନ ବେହେରା, ଡମ୍ବରୁ ନାଏକ, ଜୁଲୁ ଷଡ଼ଙ୍ଗୀ ଓ ଗ୍ରାମବାସୀ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.