csstore

ତିନି ଦଫା ଦାବୀରେ ଧୁମାଭଟା ଚାଷୀଙ୍କ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମସ୍ୟା ପ୍ରବଣ ଧୁମାଭଟା ପଞ୍ଚାୟତର ଚାଷୀମାନେ ଆଜି ତିନି ଦଫା ଦାବୀରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ଓସ୍ତାଲି ଡ୍ୟାମ ଡାହାଣ ପାଶ୍ୱର୍ କେନାଲର ସ୍ଥାୟୀ ସମାଧାନ କରାଯିବା ସହିତ ୪୮ ଘଣ୍ଟା ମଧ୍ୟରେ ପାଣି ଛଡାଯିବା, ଉଭୟ ବାମ ଓ ଡାହାଣ ପାଶ୍ୱର୍ର କେନାଲରୁ ମାଟି କଢାଯାଇ ଏହାର ଉନ୍ନତିକରଣ କରାଯିବା ଓ ଓସ୍ତାଲି ଡ୍ୟାମ ମୂଖ୍ୟ କେନାଲ ଗେଟର ମରାମତି କରାଯିବା ଇତ୍ୟାଦି ଦାବୀ ରହିଛି । ପ୍ରକାଶ ଯେ, ଜିଲ୍ଲାରେ ଜଳସେଚନର ପର୍ୟ୍ୟାପ୍ତ ସୁବିଧା ନଥିବା ବେଳେ ଚାଷ ପାଇଁ ମହଜୁଦ ଥିବା ଜଳସେଚନର ମଧ୍ୟ ଜିଲ୍ଲାପ୍ରଶାସନ ରକ୍ଷଣା ବେକ୍ଷଣ କରି ପାରୁ ନାହିଁ । ବିଗତ ଗୋଟିଏ ବର୍ଷ ହେବ ଓସ୍ତାଲି ଡ୍ୟାମରୁ ଧୁମାଭଟା ପଟେ ଯାଉଥିବା ଡାହାଣ କେନାଲରେ ବିଭିନ୍ନ ସମସ୍ୟା ଦେଖା ଦେଇଛି । ଏପରିକି ଏହି ଅଂଚଳର ଦୁଲାରାମ ଭୁଏ ଓ ମାଲି ଭୁଏ ନାମକ ଦୁଇ ଜଣ ଚାଷୀ କ୍ଷତି ପୂରଣ ପାଇ ନଥିବା ଦର୍ଶାଇ କେନାଲକୁ ବନ୍ଦ କରି ଦେଇଛନ୍ତି । ଫଳରେ ଡାହାଣ ପଟ କେନାଲ ସଂପୁର୍ଣ୍ଣ ରୂପେ ଅଚଳ ହୋଇ ପଡିଛି । ଅନ୍ୟ ପକ୍ଷରେ ଏଭଳି ଅବସ୍ଥାରେ ଅଂଚଳର ଚାଷୀମାନେ କିପରି ଭାବେ ରବୀ ଚାଷ କରିବେ ସେ ନେଇ ଚିନ୍ତାରେ ବସିଛନ୍ତି ବୋଲି ଅଂଚଳର ଚାଷୀ ନେତା ଅଚ୍ୟୁତ ସିପୁନ ଖମାରୀ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଆମ୍ଭର ଦାବୀ ଗୁଡିକୁ ଗୁରୁତ୍ୱର ସହ ନେଇ, ସାତ ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ନକଲେ ଆଗକୁ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି ଚାଷୀମାନେ ଚେତାଇ ଦେଇଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଳିତ ମୋହନ ରାଉତ, କୁମାର ସାହୁ, ଲଳିତ ମୋହନ ବୁଡେକ, କେଶବ ଦଣ୍ଡସେନା, ଡିଙ୍ଗର ରାଉତ, ଦୁଃଖିଶ୍ୟାମ ବୁଡେକ, ହିମାଂଶୁ ବୁଡେକ, ହାଡୁ ବୁଡେକ, ସତ୍ୟ ବୁଡେକ, ରବିନ୍ଦ୍ର ଦଣ୍ଡସେନା, ବୃନ୍ଦାବନ ରାଉତ, ରାମେଶ୍ୱର ବଢିଆ, ପ୍ରେମାନନ୍ଦ ବୁଡେକ, କୃଷ୍ଣଚନ୍ଦ୍ର ବୁଡେକ, ଜସବନ୍ତ ଶବର, ମାଲି ବୁଡେକ, ରୁତୁମଣୀ ସାହୁ, ଧନେଶ୍ୱର ନାଏକ, ଗିରଧାରୀ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.