pakka

ବଲାଙ୍ଗୀର ଟିକ୍ରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମର ବୈଠକ

bbehera

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍କୁଲର ପୂର୍ବତନ ଛାତ୍ରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସଭ୍ୟମାନଙ୍କୁ ବୁଝାଇଥିଲେ ଓ କହିଥିଲେ ଯେ, ନିୟମ ଅନୁଯାୟୀ ସରକାରଙ୍କ ଆର୍ଥିକ ଅନୁଦାନ ଓ ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଆର୍ଥିକ ଅନୁଦାନରେ ସ୍କୁଲର ଉନ୍ନତିମୂଳକ କାର୍ଯ୍ୟ କରାଯିବାର ନିୟମ ରହିଅଛି । ଏହି ନିୟମ ଅନୁଯାୟୀ, ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ୯ ଜଣିଆ କମିଟି ଗଠନ କରାଯାଇଥିଲା ଏବଂ ଏହି ସଭାରେ ନିମ୍ନ ଲିଖିତ ସଭ୍ୟମାନଙ୍କୁ କମିଟିର ସଭ୍ୟ ଭାବରେ ଗ୍ରହଣ କରାଯାଇଥିଲା । ପ୍ରକାଶ ଚନ୍ଦ୍ର ନେପାକ, ନିତ୍ୟାନନ୍ଦ ମିଶ୍ର, ପ୍ରଦୀନ ସାହୁ, ଭଗବାନ ବଗର୍ତ୍ତି, ଗୋପବନ୍ଧୁ ପୁରୋହିତ, ଧିରେନ୍ଦ୍ର କୁମାର ବନଛୋର, କୁନୁ ପାତ୍ର, ଅଶୋକ କୁମାର ସେଠ୍‌ ଓ ବୀଣାପାଣି ତ୍ରିପାଠୀ । ପ୍ରଧାନ ଶିକ୍ଷୟିତ୍ରୀ ଏହି ନୂତନ ସଭ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ସଭ୍ୟମାନଙ୍କ ମଧ୍ୟରୁ ପ୍ରଦୀପ ସାହୁଙ୍କୁ ସର୍ବସମ୍ମତ କ୍ରମେ କମିଟୀର ସଭାପତି ଭାବରେ ଚୟନ କରାଯାଇଥିଲା । ଉକ୍ତ ସଭାରେ ପୂର୍ବତନ ଛାତ୍ରଙ୍କ ମଧ୍ୟରୁ ବିକ୍ରମାନନ୍ଦ ବହିଦାର, ମହେନ୍ଦ୍ର ବାଗ, ପ୍ରମୋଦ କୁମାର ସାହୁ, କିଶୋର କୁମାର ସେଠ୍‌, ଜୟନ୍ତୀ ସାହୁ ଓ ଗାୟତ୍ରୀ ମିଶ୍ର ଉପସ୍ଥିତ ଥିଲେ । ଏହି ସଭାରେ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଠାରୁ ୮ ହଜାର ୪୦୦ ଟଙ୍କା ଆର୍ଥିକ ସାହାଯ୍ୟ ଆକାରରେ ମିଳିଥିଲା । ସଭା ଶେଷରେ ଶିକ୍ଷୟିତ୍ରୀ ପ୍ରିୟମ୍ଭଦା ଦାଶ ସଭ୍ୟମାନେ ତାଙ୍କର ବହୁମୂଲ୍ୟ ସମୟ ଦେଇ ଏହି ସଭାରେ ଯୋଗଦାନ କରିଥିବାରୁ ସ୍କୁଲ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 + thirteen =