csstore

ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫକଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ପାଇଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ । ଗତକାଲି ସଂଧ୍ୟାରେ ପେଟ୍ରୋଲିଂ ସମୟରେ ବଲାଙ୍ଗିର ଟାଉନ୍‌ ପୋଲିସ ରେଳଷ୍ଟେସନ୍‌ ନିକଟ ଉଦୟନଗର ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ୪ଜଣ ଅଭିଯୁକ୍ତ ଏବଂ ୨ଜଣ ନାବାଳକଙ୍କୁ ଗିରଫ୍‌ କରିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୩ଜଣ ମଧ୍ୟପ୍ରଦେଶର ରହିଥିବା ସୂଚନା ଦିଆଯାଇଛି । ଅଭିଯୁକ୍ତମାନେ ମନମୁଣ୍ଡା ଥାନା କୁରୁମୁଣ୍ଡାରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଜଣେ ଅଭିଯୁକ୍ତ ୨ଜଣ ନାବାଳକଙ୍କ ସହ ମୋଟର ସାଇକେଲ ଦ୍ୱାରା କୁରୁମୁଣ୍ଡାରୁ ବଲାଙ୍ଗିର ରେଳଷ୍ଟେସନ୍‌କୁ ଗଂଜେଇ ଆଣିଥିବା ବେଳେ ମଧ୍ୟପ୍ରଦେଶର ୩ଜଣ ଅଭିଯୁକ୍ତ ରେଳଷ୍ଟେସନ୍‌ କଡ଼ରେ ସେମାନଙ୍କଠୁ ଗଞ୍ଜେଇ ନେଇଥିଲେ । ଏତିକି ବେଳେ ବଲାଙ୍ଗିର ଟାଉନ୍‌ ପୋଲିସ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କୁରୁମୁଣ୍ଡା ଗାଁର ଭାରତ ମଲ୍ଲିକ(୧୯), ମଧ୍ୟପ୍ରଦେଶ ସିଂଘ୍ରାଲି ଜିଲ୍ଲାର ବରଗାୱନ୍‌ ନିବାସୀ ସନ୍ଦୀପ କୁମାର ସାହୁ(୧୯), ପ୍ରିୟାଂଶୁ ପାଶୱାନ୍‌(୧୯) ଏବଂ ମଧ୍ୟପ୍ରଦେଶର ଗିଧେର୍‌ ନିବାସୀ ରାମଶଙ୍କର କେୱାଡ଼ଙ୍କ ସହ ଆଉ ୨ଜଣ ନାବାଳକଙ୍କୁ ପୋଲିସ ଗିରଫ୍‌ କରିଥିବା ସୂଚନା ମିଳିଛି । ଅଭିଯୁକ୍ତମାନଙ୍କଠାରୁ ପାଖାପାଖି ୯ କେଜି ଗଞ୍ଜେଇ , ନଗଦ ୩ ହଜାର ୭୫୦ ଟଙ୍କା, ତିନୋଟି ମୋଟର ସାଇକେଲ୍‌, ୬ଟି ମୋବାଇଲ୍‌ ଫୋନ୍‌ ଜବତ୍‌ ହୋଇଥିବା ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.