oom

ଟିଟିଲାଗଡ଼ ସବ୍‌ ଜେଲ୍‌ରୁ ଫେରାର୍‌ କଏଦୀ ସୁମିତ ବିହାରୀ ଗିରଫ୍‌

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସବ୍‌ ଜେଲ୍‌ କାନ୍ଥ ଡେଇଁ ଫେରାର୍‌ ମାରିଥିବା ୨ଜଣ କଏଦୀଙ୍କ ମଧ୍ୟରୁ ଜଣେ କଏଦୀଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି ପୋଲିସ । ଏ ସଂପର୍କରେ ଟିଟିଲାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଗତ ୯ ତାରିଖ ଦିନ ସଂଧ୍ୟାରେ ହତ୍ୟା ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରୁପ୍ରା ନିବାସୀ ସୁମିତ ବିହାରୀ ଏବଂ ଟିଟିଲାଗଡ଼ ଥାନା ସିନ୍ଧେକେଲା ଅଂଚଳର ଶୁଭମନ ରଣା ଜେଲ୍‌ କାନ୍ଥ ଡେଇଁ ଫେରାର୍‌ ମାରିଥିବା ସଂକ୍ରାନ୍ତରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଫେରାର୍‌ ୨ କଏଦୀଙ୍କୁ ଧରିବା ପାଇଁ ବଲାଙ୍ଗିର ଜିଲ୍ଲା ପୋଲିସ ମଲ୍‌ଟିପଲ୍‌ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଗୋଟିଏ ଟିମ୍‌ ସାଇବର୍‌ ସେଲ୍‌ ତଥା ପୋଲିସ ଟିମ୍‌ ସହ ତଥ୍ୟ ଓ ପ୍ରମାଣ ସଂଗ୍ରହ କରୁଥିବା ବେଳେ ଆଉ ଏକ ଟିମ୍‌ କେଉଁଝର ଆଡ଼କୁ ଅଗ୍ରସର ହୋଇଥିଲା । ପୁଣି ଅନ୍ୟ ଏକ ପୋଲିସ ଟିମ୍‌ ଦିଲ୍ଲୀ ଆଡ଼କୁ ମୁହାଁଇଥିଲା । ତେବେ ବଲାଙ୍ଗିର ଜିଲ୍ଲା ପୋଲିସର ତନାଘନା ତଦନ୍ତ ବେଳେ ଫେରାର୍‌ କଏଦୀ ସୁମିତ ବିହାରୀକୁ ଦିଲ୍ଲୀରୁ ଗିରଫ୍‌ କରିବାରେ ସଫଳତା ମିଳିଥିଲା । ଏହି ମାମଲାରେ ପୋଲିସ ଗୋଟିଏ ମୋବାଇଲ୍‌ ଫୋନ୍‌, ଗୋଟିଏ ଏଟିମ୍‌ କାର୍ଡ ଏବଂ ଗୋଟିଏ ସିଡ଼ି ଜବତ୍‌ କରିଥିବା ସୂଚନା ମିଳିଛି । ଅନ୍ୟତମ ଫେରାର୍‌ କଏଦୀଙ୍କୁ ଧରିବା ପାଇଁ ଜୋର୍‌ସୋର୍‌ ପ୍ରୟାସ ଚାଲିଥିବା ଏସ୍‌ପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି । ଫେରାର୍‌ କଏଦୀ ସୁମିତ ବିହାରୀକୁ ଗିରଫ କରିବାରେ ସଫଳତା ପାଇଥିବା ଟିମ୍‌ରେ ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଅବନୀ କୁମାର ସାହୁ, ଏସ୍‌ଆଇ ଅନନ୍ତ ପ୍ରଧାନ, କେ. କେ. ଯାନୀ, ଦେବାଶିଷ ଶତପଥୀ, ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ, ହେମନ୍ତ କୁମାର ମିଶ୍ର ତଥା ଅନ୍ୟମାନେ ସାମିଲ୍‌ ଥିବା କୁହାଯାଇଛି ।

jittmm
Leave A Reply

Your email address will not be published.