
ରାଉରକେଲା, (ସସ୍ମିତା ପ୍ରଧାନ) : ଲେଡି ଲାୟନ ସଂଗଠନ ତରଫରୁ ଆୟୋଜିତ ପ୍ରଥମ ରୁରାଲ୍ ଡେଭ୍ଲପ୍ମେଣ୍ଟ ନକ୍ଆଉଟ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍ଠାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆର୍ଏସ୍ପିର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ୍ଆର୍ ସୂର୍ଯ୍ୟବଂଶୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁନୀଲ କୟାଲ, ଜିତେନ୍ଦ୍ର ପ୍ରସାଦ, ପ୍ରଫୁଲ୍ଲ ସୁନାନୀ, ଖଦାଲ ସେଠି, ଫାଦର ବେନଚାନ ପିଟର, ପ୍ରଫୁଲ୍ଲ ପରିଜା, ସୁମିତ କଂସାରୀ, ନାରାୟଣ ବାରିକ, ସବିତା ଖାତୁନ, ଚେତନ କୁମାର ବାସୁଦେବ, ମମତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ୩୨ଟି ଦଳକୁ ନେଇ ନକ୍ଆଉଟ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଟିଚର୍ସ କଲୋନୀ ଟ୍ରାଇବ୍ରେକର ସୁଟ୍ରେ ଏନ୍ଜେୱାଇଏସ୍ ଲାଇଙ୍ଗ ଗୃହକୁ ପରାସ୍ତ କରି ଚମ୍ପିୟାନ ହେବା ସହ ଚମ୍ପିୟାନ ଟ୍ରଫି ସହ ୩୦ ହଜାର ନଗଦ ଅର୍ଥ ପୁରସ୍କାର ଲାଭ କରିଥିଲେ । ସେହିପରି ରନର୍ସ ଅପ୍ ଦଳ ଏନ୍ଜେୱାଇଏସ୍ ଦଳକୁ ରନର୍ସ ଅପ୍ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତୃତୀୟ ଦଳ ଭାବେ କୁକୁଡ଼ମୁଣ୍ଡା ଗୃପ ଓ ଚତୁର୍ଥ ଦଳ ଭାବେ ୟୁଥ୍ କ୍ଲବ ନାଇନ୍କୁ ସିଲ୍ଡ ପ୍ରଦାନ କରାଯାଇଥିଲା । ସେହିପରି ବରିଷ୍ଠ ବିଭାଗରେ ଜଲଦା ଦଳ ଫିଟ୍ନେସ୍ କ୍ଲବକୁ ୩-୦ରେ ହରାଇ ସିଲ୍ଡ ଲାଭ କରିଥିଲା । ଶୁଭଶ୍ରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଡି ଲାୟନର ସଭାପତି ବନ୍ଦିତା ମହନ୍ତ ଓ ସମ୍ପାଦିକା ସ୍ନେହଲତା ଗନ୍ତାଘରିଆ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ଲେଡି ଲାୟନର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ହିମାନ୍ୟୁଟି ଫାଉଣ୍ଡେସନ୍ର ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଅନୁଷ୍ଠାନ ତରଫରୁ ବିଶ୍ୱ ମହିଳା ଦିବସ ପାଳନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲେଡି ଲାୟନର ସମସ୍ତ ସଦସ୍ୟା ସ୍ନେହଲତା, ଧାନମୟ, ପୁଷ୍ପାଞ୍ଜଳି, ରେଖା ଗୁପ୍ତା, ସରିକା ମହାତ, ରଶ୍ମିବାଳା, ଲଷ୍ମୀ, ଅନୁପମା, ଫୁଲମାନୀ, ନିତାଞ୍ଜଳୀ ପରିଡ଼ା, କର୍ମିଲା ମାହତୋ, ସଭାପତି ବନ୍ଦିତା ମହନ୍ତଙ୍କ ସମେତ ବହୁ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।