ପିକ୍‌ଅପ୍‌ ଭେନ୍‌-ବାଇକ୍‌ ଧକ୍କା : ବାଇକ୍‌ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପାଟଣା ଛକରେ ଗତ ରାତିରେ ପିକ୍‌ଅପ୍‌ ଭେନ୍‌-ବାଇକ୍‌ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ବାଇକ୍‌ ଆରୋହୀ ଗୁରୁତର ହୋଇ ପଡ଼ିଥିବା ବେଳେ ବଲାଙ୍ଗିର ଟାଉନ୍‌ ପୋଲିସ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲା । ତେବେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବରଗଡ଼ ବିକାଶକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବାଇକ୍‌ ଆରୋହୀ ଜଣକ ମାଧିଆପାଲିର ଭବାନୀ ମହାରଣା ବୋଲି କୁହାଯାଇଛି ।

Leave A Reply

Your email address will not be published.

three × 5 =