ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ବିରୁଦ୍ଧରେ ରାତ୍ରି ଜଗୁଆଳି ମନୋଜ ଆଣିଲେ ଗୁରୁତର ଅଭିଯୋଗ : ଥାନାରେ ଦେଲେ ଏତଲା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଲକ ତାଲବାହାଲ ପଞ୍ଚାୟତର ରାତ୍ରି ଜଗୁଆଳି ମନୋଜ ବାଗ (ଭିନ୍ନକ୍ଷମ) ଆଣିଲେ ଗୁରୁତର ଅଭିଯୋଗ । ତାଙ୍କର ଅଭିଯୋଗ ଯେ, ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କର ସ୍ୱାମୀ ମାଡ ମାରିଥିବା ସହ ଗାଲିଗୁଲଜ କରିଥିଲେ । ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ରାତ୍ରି ଜଗୁଆଳି ମନୋଜ ବାଗଙ୍କ ପାଞ୍ଚ ଛଅ ମାସର ଦରମାକୁ ହଡ଼ପ କରିଛନ୍ତି ଦୁହେଁ ମିଶି ଓ ଦରମା ମାଗିଲେ ମାଡ ମାରିବା ସହ ଗାଲିଗୁଲଜ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ମନୋଜ ବାଗ ନିଜ ଦୁଃଖ ଜଣାଇଛନ୍ତି । ଭିନ୍ନକ୍ଷମ ହୋଇଥିବାରୁ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଆଲୋଚନା ହେଉଛି । ଏ ବାବଦରେ ବିଡିଓଙ୍କୁ ବି ଦେଖା କରିଛନ୍ତି । କିନ୍ତୁ କାର୍ୟ୍ୟାନୁଷ୍ଠାନ ଶୁନ୍ୟ ଓ ରାତ୍ରି ଜଗୁଆଳିଙ୍କ ବାପା ପ୍ରତାପ ବାଗ ମଧ୍ୟ ସରପଞ୍ଚ କହିବା ଅନୁଯାୟୀ ତାଳବାହାଲ କୋଭିଡ ସେଣ୍ଟରରେ ଡିଉଟି କରିଥିବା ଦରମାକୁ ମଧ୍ୟ ସରପଞ୍ଚ ଓ କାର୍ୟ୍ୟ ନିର୍ବାହୀ ଅଧିକାରୀ ହଡ଼ପ କରିଛନ୍ତି । ରାତ୍ରି ଜଗୁଆଳିଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି । ଆର୍ଥିକ ସ୍ଥିତିକୁ ଦେଖି କରୋନା କଟକଣା ସମୟରେ ଅଧିକ କଷ୍ଟକର ହୋଇଛି ବିନା ଦରମାରେ କାମ କରିବା ପାଇଁ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ଵାରା ଜିଲ୍ଲା ପ୍ରଶାସନଙ୍କୁ ସେ ନିବେଦନ ଜଣାଉଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତାଳବାହାଲ ସରପଞ୍ଚ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ସିଧା ସଳଖ ମନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଭିନ୍ନକ୍ଷମଙ୍କ ପାଇଁ ମାଳ ମାଳ ଯୋଜନା ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକର ତାଲବାହାଲ ପଞ୍ଚାୟତରେ ତାହାର ବ୍ୟତିକ୍ରମ ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ପାଇଁ ଦାବୀ କରାଯାଉଛି ।

Leave A Reply

Your email address will not be published.