csstore

ବଲାଙ୍ଗିର ଜିଲ୍ଲା ସଂକିର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ସଂକିର୍ତ୍ତନ୍ୟ କଳାକାରମାନଙ୍କୁ ନେଇ ସୁଦପଡା କଲ୍ୟାଣ ମଣ୍ଡପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଚିନ୍ତାମଣି ମହାକୁରଙ୍କ ଅଧ୍ୟକ୍ଷତାରେ ସଂଘର ସମସ୍ତ କଳାକାରଙ୍କ ସର୍ବସମ୍ମତି କ୍ରମେ ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କୁ ସଭାପତି ରୂପେ ଚୟନ କରାଗଲା । ସଂକିର୍ତ୍ତନ୍ୟ କଳାକାରମାନେ ଗ୍ରାମାଞ୍ଚଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କିପରି ଶିକ୍ଷା, କଳା କ୍ଷେତ୍ରରେ କିପରି ସବୁ ପ୍ରକାର ସୁବିଧା ସୁଯୋଗ ପାଇବେ ସେଥିପାଇଁ ନିଷ୍ପତ୍ତି ନିଆଗଲା । ଉକ୍ତ କାର୍ଯ୍ୟକ୍ରମରେ ସହଦେବ ପଣ୍ଡା, ବିରଞ୍ଚି ମହାପାତ୍ର, ପ୍ରଭଞ୍ଜନ ମାଝି, ବାଞ୍ଛାବଟା ନାଏକ, ପୂର୍ଣ୍ଣିମା ପଟେଲ, ନରେନ୍ଦ୍ର ବାରିକ, ସୁଦାମ ବାଗ, ଭୀମ ଠେଟୁଆଲ, ଶେଷ ମାଝି, ବନବିହାରି ପଟେଲ, ବିଭିଷଣ ପୁଝାରୀ, ସତ୍ୟ ଧରୁଆ, ଗଦାଧର ଦଣ୍ଡସେନା, ଅଜିତ ପଟ୍ଟନାୟକ, ସୁରେନ୍ଦ୍ର ଦାଶ, ନୁଆଧର ଭାଟି, ପ୍ରଫୁଲ୍ଲ ପୋଡ, ତ୍ରିପୁରାରି ଭୋଇ, ସଦାନନ୍ଦ ମହିସାଲ, ସତ୍ୟ କେଉରିଆ, ଭୂମିସୂତା ବରିହା, କିଶୋର ଦାଶ, ନରେନ୍ଦ୍ର ସାହୁ, ଆର୍ତ୍ତତ୍ରାଣ ବାଗ, ଲକ୍ଷ୍ମୀ ସାହୁ, ରମେଶ ବଗର୍ତ୍ତି, କାମରାଜ ଗୁରୁ, ନିମାଇଁ ଷାଣ୍ଢ, ବିଜୟ ମହାଣା, ଲବ ପଟେଲ, ହରି ପୋଡ, ପ୍ରାଣ ଥପା ପ୍ରମୁଖ ଅନେକ କଳାକାର ଉପସ୍ଥିତ ଥିଲେ । ଶେଷରେ ପୂର୍ବତନ ସଭାପତି ଚିନ୍ତାମଣି ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.