ଦ ହ୍ୟୁମାନିଟି ଫାଉଣ୍ଡେସନ୍ ତରଫରୁ ଆଶ୍ରୟ କେନ୍ଦ୍ରରେ ବିଶ୍ଵ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟି ଫାଉଣ୍ଡେସନ୍ ତରଫରୁ ବିଶ୍ଵ ମହିଳା ଦିବସ ରାଉରକେଲା ପାୱାର ହାଉସ ରୋଡର ଆଶ୍ରୟ ଭବନରେ ପାଳିତ ହୋଇଯାଇଛି । ଦ ହ୍ୟୁମାନିଟି ଫାଉଣ୍ଡେସନର କର୍ମକର୍ତ୍ତା ଗଣ ଆଶ୍ରୟରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀମାନଙ୍କ ସହିତ ମିଶି ବିଶ୍ଵ ମହିଳା ଦିବସ ପାଳନ କରିଥିଲେ । ସଂଗଠନ ଦ୍ୱାରା ଆମନ୍ତ୍ରିତ ସହରର ବୁଦ୍ଧିଜୀବୀ ମହେନ୍ଦ୍ର କୁମାର ଦାସ, ପ୍ରଦୀପ ପଟ୍ଟନାୟକ, ସମାଜସେବୀ ବିକାଶ ଚୌଧୁରୀ, ରାହୁଲ ରାୟ, ଦିଲୀପ ମହାରଣା, ଡାକ୍ତର ପୂଜା ପତି, ଓ ଡାକ୍ତର ଲଲାତେନ୍ଦୁ ଆଚାର୍ଯ୍ୟ, ଦ ହୁମାନିଟି ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ଗ୍ରେସି ଡେଭିଡ, ଏକତାର ସଭାପତି ବସୁମତୀ ମହାନ୍ତି, ଲେଡି ଲାୟନର ସଭାପତି ବନ୍ଦିତା ମାହାତୋ, ମାଣିକର ସଭାପତି କାମିନୀ ମହନ୍ତ, ଅନ୍ୟ ମାନ୍ୟଗଣ୍ୟ ଅତିଥି ଯଥା ଅଞ୍ଜଳି ବିଶ୍ଵାଳ, ସ୍ନେହଲତା ପାତ୍ର, ଶାନ୍ତି ସିଂ, ଗୀତାଞ୍ଜଳି ଆଚାର୍ଯ୍ୟ, ଯାଜ୍ଞସେନୀ ମହାପାତ୍ର, ସାମ୍ବାଦିକା ସସ୍ମିତା ପ୍ରଧାନ, ବିଶ୍ଵଜିତା ମହାପାତ୍ର ଓ ଇନ୍ଦ୍ର ମିସ୍ତ୍ରୀଙ୍କୁ ତାଙ୍କର ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦ ହ୍ୟୁମାନିଟି ଫାଉଣ୍ଡେସନର ଦୀପ୍ତି ସୁନ୍ଦରାୟ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ, ଗରିମା ପତ୍ରୀ, ରଶ୍ମିତା ବିଶୋଇ, ତାରା କ୍ରିଷ୍ଣାମୂର୍ତ୍ତି, ସୁଷମା ରାଜପୁତ୍, ରୁନୁ ରାଉତ, ସିଂଧା ପୁହାଣ, ଶାଶ୍ୱତୀ ରାୟ, କମଳିନୀ ମହାପାତ୍ର, କାର୍ତ୍ତିକ ରାଉତ, ବିଭୁ ପଟ୍ଟନାୟକ, ସୁଶିଲ ନାୟକ, ଦେବାଶିଷ କର ଓ ବିଜୟାନନ୍ଦ ସୁନ୍ଦରାୟ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଦ ହ୍ୟୁମାନିଟି ଫାଉଣ୍ଡେସନର କର୍ମକର୍ତ୍ତା ଏବଂ ଆର୍‌ଏମ୍‌ସିର କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.

ten − ten =