ଚନ୍ଦ୍ରଶେଖର ଶୈବପୀଠରେ ଉଠିଲା ମହାଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଅବସରରେ ଚଳଚଂଚଳ ହୋଇ ଉଠିଥିଲା ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉତ୍ସବମୁଖର ଶୈବପୀଠ । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି ପଡ଼ିଥିଲା । ଭକ୍ତି ଓ ଉତ୍ସାହର ସହ ଶୈବ ପୂଜନରେ ମନୋନିବେଶ କରିଥିଲେ ଶ୍ରଦ୍ଧାଳୁ ଓ ଭକ୍ତଗଣ । ନୀତି କାନ୍ତି ଅନୁସାରେ ପୂଜକମାନେ ପୂଜନ କର୍ମ ତୁଳାଇଥିବା ବେଳେ ନିର୍ଦ୍ଧାରିତ ସମୟରେ ଗତ ରାତିରେ ଉଠିଛି ମହାଦୀପ । ମହାଦୀପ ଉଠିବା ବେଳେ ଭକ୍ତଙ୍କ ଆବେଗପୂର୍ଣ୍ଣ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଶୈବପୀଠ ।

Leave A Reply

Your email address will not be published.