ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ଶୈବ ପୀଠରେ ପବିତ୍ର ଶିବ ଚତୁର୍ଦ୍ଦଶୀ ଅବସରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବଡି ଭୋରରୁ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ପହଞ୍ଚିଥିଲେ । ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀ ଗୁଡାର କସନା ଡଙ୍ଗରର ପ୍ରାକୃତିକ ବୈଭବ ମଧ୍ୟରେ ଅବସ୍ଥିତ ଅଷ୍ଟଶମ୍ଭୁ ତୀର୍ଥ କ୍ଷେତ୍ରର ଶ୍ୟାମା କାଳୀ ମନ୍ଦିର, ବରୁଣ କୁଣ୍ଡ, ଭୈରବ ମନ୍ଦିର, ଶ୍ରୀରାମ ପାଦୁକା, ପାତାଳେଶ୍ୱର, ଯୋଗିନୀ ପୀଠ ଆଦି ପବିତ୍ର ସ୍ଥାନମାନଙ୍କରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ସର୍ବୋପରି ମଧ୍ୟାସ୍ଥଳିରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆୟୋଜନ କରାଯାଇଥିଲା । ପୁଣି ଘୁମୁରେଶ୍ୱର ପାହାଡ଼ର ପ୍ରାକୃତିକ ପରିବେଶରେ ଅବସ୍ଥିତ ଘୁମାରେଶ୍ୱର ଶିବ ମନ୍ଦିର ପ୍ରବଳ ଜନସମାଗମ ସହିତ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଜୟପାଟଣାର ମାଉଲେଶ୍ୱର ମନ୍ଦିର, ସିଦ୍ଧି ବିନାୟକ, ଓମ କାରେଶ୍ୱର, ବାନେର, ସର୍ଗିଗୁଡ଼ା, ମୁଖିଗୁଡ଼ା ଆଦି ସ୍ଥାନ ମାନଙ୍କରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

one × 4 =