csstore

ଏନ୍‌ଏସି ମାନ୍ୟତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଇଁତଲାବାସୀ

ସଇଁତଲା, (ପ୍ରମୋଦ ସେଲମା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ତାରିଖରେ ସଇଁତଲାକୁ ଏନ୍‌ଏସି ମାନ୍ୟତା ଘୋଷଣା ପରେ ଗୁରୁବାର ନବୀନ ନିବାସଠାରେ ସଇଁତଲା ସରପଞ୍ଚ ଇଂ ସୁବ୍ରତ ନାଗ, ଓକିଲ ସଙ୍ଘ ସଭାପତି ମାଭଞ୍ଜନ ପାଣିଗ୍ରାହୀ ଓ ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସଭାପତି ସନ୍ତୋଷ ପୁଟାଙ୍କ ନେତୃତ୍ୱରେ ଏକ ଟିମ ସଇଁତଲା ଗ୍ରାମବାସୀ ଓ ଅଂଚଳବାସୀ ତରଫରୁ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ଉପେଢ଼øକନ ଦେଇ ଧନ୍ୟବାଦ ଜଣାଇଛନ୍ତି । ଏହି ସମୟରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ପର୍ଯ୍ୟବେକ୍ଷକ ଲୋଟସ ଷଡ଼ଙ୍ଗୀ, ଆଦିବାସୀ ବ୍ଲକ ସଭାପତି ସନ୍ତୋଷ ପୁଟା, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜେଶ ବେହେରା, ତୁଳସୀ ସାହୁ, ଆଇନଜୀବୀ ସୋମନାଥ ପଧାନ, ପରମେଶ୍ୱର କର୍ମୀ, ଲକ୍ଷ୍ମଣ ସେଠ, ଶଶୀ ପୁଟା, ଯୋଗେଶ୍ୱର ପଶାଏତ, ସୁଶୀଲ ସାହୁ, ସୁଧୀର ରଣା, ବିନୋଦ ସାହୁ, ବିକ୍ରମ ବଗର୍ତ୍ତୀ, ସୋମନାଥ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.