csstore

ଭାରସାମ୍ୟ ହରାଇ ରାଣୀ ପଥର ଘାଟି ତଳକୁ ଖସିଲା ବସ୍

ବୌଦ୍ଧ : ଫୁଲବାଣୀ ରାଣୀ ପଥର ଘାଟିରେ ଘାଟି ତଳକୁ ଖସିଲା ବସ୍ । ଫୁଲବାଣୀରୁ ଅନୁଗୁଳ ବସ୍‌ଟି ପ୍ରତ୍ୟେକ ଦିନ ସକାଳ ୫.୩୦ଟା ସମୟରେ ଫୁଲବାଣୀରୁ ବାହାରି ଅନୁଗୁଳ ଅଭିମୁଖେ ଯାତ୍ରା କରିଥାଏ । ତେବେ ଆଜି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀକୁ ନେଇ ଏହି ବସ୍‌ଟି ଫୁଲବାଣୀରୁ ବାହାରିଥିବା ବେଳେ ରାଣୀ ପଥର ଘାଟିରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ହଠାତ୍ ଘାଟି ତଳକୁ ଖସି ଯାଇଛି ଯାହା ଫଳରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ତେବେ ଘଟଣା ସ୍ଥଳରେ ଚାରିଛକ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.