pakka

କାର-ବସ୍‌ ମୁହାଁମୁହିଁ ଧକ୍କା, ୫ ମୃତ

bbehera

ନୂଆଦିଲ୍ଲୀ : ହରିୟାଣାର ରେୱାଡିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏଠାରେ ଏକ ବସ୍ ଏବଂ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରେୱାଡି-ମହେନ୍ଦ୍ରଗଡ ରାସ୍ତାରେ ଥିବା ସିହା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିବାହ ଉତ୍ସବରୁ ନିଜ ଗାଁକୁ ଫେରୁଥିଲେ । ଏହା’ପରେ ସିହା ଗ୍ରାମ ନିକଟ ରେୱାଡି-ମହେନ୍ଦ୍ରଗଡ ରାସ୍ତାରେ ଥିବା ହରିୟାଣା ବସ୍ ଏବଂ ବାଲେନୋ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଚରଖି ଦାଦରି ଚାଙ୍ଗରୋଡ ଗାଁର ବାସିନ୍ଦା ଥିଲେ ।

Leave A Reply

Your email address will not be published.

19 − 12 =