pakka

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାରଣାନ୍ତ ଆକ୍ରମଣ : ଅଭିଯୁକ୍ତ ଗିରଫ

bbehera

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ଥାନା ପିତାମହୁଲ ଗ୍ରାମରେ ଜଣେ ଯୁବକ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଗାଁର ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୯୩/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜେଶ ପୋଢ଼ଙ୍କୁ (୩୯) ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛନ୍ତି । ପ୍ରକାର ଯେ, ଆଜି ସକାଳ ସମୟରେ ପିତାମହୁଲ ଗ୍ରାମର ଅନିତା ଜୁଏଡ଼ ତାଙ୍କ ମାଆ ସହ ଶୌଚ ଯାଇ ଘରକୁ ଫେରୁଥିବା ବେଳେ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ରାଜେଶ ଏକ ଧରୁଆ ଅସ୍ତ୍ର ଧରି ଜଗି ରହିଥିଲେ । ଅନିତାଙ୍କୁ ଦେଖିଲା ପରେ ରାଜେଶ ଉତ୍ତେଜିତ ହୋଇ ଅନିତାଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ କରିଥିଲେ । ଯାହା ଫଳରେ ଅନିତାଙ୍କୁ ପରିବାର ଲୋକେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ଉପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

17 + 15 =

error: Content is protected !!