pakka

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ

bbehera

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟାଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାବ୍ୟତୀତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟା ବେଳେ ଏପରି ଅଘଟଣା ଘଟିଥିବା ସୂଚନା ରହିଛି । ସୂଚନାନୁସାରେ, କାକୋରିରେ ଏକ ଘରେ ସର୍ଟସର୍କିଟ ଯୋଗୁଁ ଦୁଇଟି ସିଲିଣ୍ଡର ବିସ୍ଫୋରଣ ହୋଇ ମୋଟ ନଅ ଜଣ ଆହତ ହୋଇଥିଲେ । ଏହା ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ପିଲା ମଧ୍ୟ ଅଛନ୍ତି । ସେପଟେ ବାକି ଚାରି ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

4 × three =