ଶିଶୁ ସୁରକ୍ଷା ୟୁନିଟ ତରଫରୁ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ପାଟଣେଶ୍ୱରୀ କମ୍ୟୁନିଟି ସେଣ୍ଟରଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ବେଟି ବଚାଓ ବେଟି ପଢାଓ ଯୋଜନା, ଲିଙ୍ଗଗତ ବୈଷମ୍ୟକୁ ଦୂର କରି ସମାନତା ରକ୍ଷା କରିବା, ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା ପାଇଁ ଡାକ୍ତରୀ କୌଶଳର ବ୍ୟବହାର କରନ୍ତୁ ନାହିଁ ଏବଂ ତୁମେ ପରିବର୍ତ୍ତନ କରିପାରିବ ବୋଲି ପ୍ରକାଶ କରିଥିଲେ । ପୁରୁଷଙ୍କ ଅପେକ୍ଷା ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି, ସବୁ କ୍ଷେତ୍ରରେ ଆଗରେ ଅଛନ୍ତି । ଏହି ଅବସରରେ ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିଶୁ ସୁରକ୍ଷା ସଂପର୍କିତ ସୁରକ୍ଷା, ଯତ୍ନ, ସ୍ନେହ, ଶ୍ରଦ୍ଧା ଉପରେ ମତ ପ୍ରକାଶ କରିବା ସହିତ ସୁଦକ୍ଷା ଯୋଜନା ଉପରେ ବୁଝାଇଥିଲେ । ଆଇଟିଆଇ ଓ ପୋଲି ଟେକ୍‌ନିକ୍ ଇଞ୍ଜିନିୟରିଂ କଲେଜରେ ସମ୍ପୂର୍ଣ୍ଣ ମାଗଣାରେ ରାଜ୍ୟ ସରକାର ପାଠ ପଢ଼ାଉଛନ୍ତି ତେଣୁ ଏ ସୁଯୋଗକୁ ହାତଛଡ଼ା ନ କରି ଏ ବର୍ଷ ମେଟ୍ରିକ୍ କିମ୍ବା ଯୁକ୍ତ୨ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି କହିଲେ । ଗ୍ରାମ ପଞ୍ଚାୟତ ସ୍ତରରେ ଜିପିଡିପି ପ୍ଲାନରେ ୫% ବଜେଟ୍ ଶିଶୁମାନଙ୍କ ପାଇଁ ସ୍ଥାନିତ କରିବା ପାଇଁ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକାରେ ପ୍ରଦତ୍ତ ଥିବାରୁ ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିରେ ଅନୁମୋଦନ କରାଯାଇଛି ଜିଲ୍ଲା ପଞ୍ଚାୟତ ଅଧିକାରୀ ସବୁ ବ୍ଲକ୍ ଓ ଏନ୍‌ଏସି, ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାଇଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସିର ଅଧ୍ୟକ୍ଷା ମାନସୀ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ପାଟଣାଗଡ଼ ବିଡିଓ ସୁମନ ମିଞ୍ଜ, ଏନ୍‌ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ସୁପରଭାଇଜର ଅଯୋଧ୍ୟା ଧରୁଆ ଉପସ୍ଥିତ ରହି ନିଜର ମତାମତ ରଖି ଉଦ୍‌ବୋଧନ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଓ ପରିଶେଷରେ ମିଶନ ଶକ୍ତିର ବ୍ଲକ୍ ପ୍ରୋଗ୍ରାମ କୋଡିନେଟର ବିଭୂତି ଭୂଷଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

ten + six =