oom

ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମପଞ୍ଚୟତ ପରିସରରେ ପାଇକମାଲ ବନାଞ୍ଚଳ ପକ୍ଷରୁ ବନାଗ୍ନି ପ୍ରତିକାର ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସରପଞ୍ଚ ସୁନୀଲ କୁମାର ରାୟ ସଭାପତିତ୍ୱ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ସନ୍ତୋଷ କୁମାର ବେହେରା, ମୁଖ୍ୟ ବକ୍ତା ପ୍ରକୃତିବନ୍ଧୁ ମିନିକେତନ ସାହୁ, ସମ୍ମାନିତ ଅତିଥି ରଜନୀକାନ୍ତ ବଢେଇ ଫରେଷ୍ଟର ପାଇକମାଲ ଯୋଗଦେଇ ଜଙ୍ଗଲ ନିଆଁ ନିରାକରଣ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ, ସଂରକ୍ଷଣ ଉପରେ ବିଷଦ ଭାବରେ ଆଲୋକପାତ କରିଥିଲେ । ଆଲୋକ ସୁନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଫରେଷ୍ଟର ଗିରିରାଜ କୁମ୍ଭାର ସଭା ପରିଚାଳନା କରିଥଲେ । ପରେ ନାଟ୍ୟକାର ରାଜକୁମାର ସାହୁଙ୍କ ନିର୍ଦ୍ଦେଶିତ ଜଙ୍ଗଲ ନିଆଁ ନିରାକରଣ ଆଧାରିତ ସଚେତନତା ଧର୍ମି ନାଟକ ‘ମାଙ୍କଡ ବିହା’ ସଚେତନ ହେମା ନାଟ୍ୟ ସଂସଦ ଢୋଲବନ୍ଧ ତତଫରୁ ଅନୁଷ୍ଠିତ ହୋଇଥିଲା । ସଭାରେ ଫରେଷ୍ଟ ଗାର୍ଡ ପ୍ରତିମା ସୁନା, ସଂଗୀତା ଭଗତ, ପ୍ରିୟବତି ବେହେରା, ଏଲିପ୍ୟାଣ୍ଟ ସ୍କ୍ୱାର୍ଡ ତରୁଣ ପାଣ୍ଡେ, ପାରସ୍କ୍ୱାର୍ଡ ଟଙ୍କଧର ପ୍ରଧାନ, ସୁଶାନ୍ତ ବାଗ, ଫାୟର ସ୍କ୍ୱାର୍ଡ ତ୍ରିଲୋଚନ ଗଜକୁଶ, ସୁରେନ୍ଦ୍ର ବରିହା, ଜଗତ ବାରିହା, ସ୍ଵଂୟ ସହାୟକ ଗୋଷ୍ଠୀ, ବିଭିନ୍ନ ଗ୍ରାମର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଯୋଗଦେଇଥିଲେ ଏବଂ ସ୍ୱେଚ୍ଛାସେବୀ ଦୁର୍ଯ୍ୟୋଧନ ପାଣ୍ଡେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.