ପଞ୍ଚାୟତ ସମିତି ବୈଠକରେ ଏଫ.ଡି.ଆର କାମକୁ ନେଇ ଝଡ଼: ବିଡ଼ିଓଙ୍କ ପ୍ରତିଶୃତି ପରେ ହେଲା ସ୍ବଭାବିକ

ଜେଏମଏଫସି କୋର୍ଟ ଓ ସବ ରେଜେଷ୍ଟ୍ରି ଅଫିସ ସ୍ଥାପନ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ସାଢ଼େ ୧୧ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି ସଭାକକ୍ଷରେ ସମିତି ବୈଠକ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଉପାଧ୍ୟକ୍ଷ ରାଜୁ ବାଗ, ସାଂସଦ ପ୍ରତିନିଧୀ ଅମିତ ସିଂନିନା, ବିଧାୟକ ପ୍ରତିନିଧୀ କାନ୍ତେଶ୍ବର ପଧାନ, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସହ ବିଡିଓ ରୁଦ୍ରପ୍ରସାଦ ସୁନା ସହ ଜିପିଇଓ ପୁଷ୍ପାଞ୍ଜଳୀ ନାଏକ, ଏ.ଇ ମହାଲିଙ୍ଗ , ଦେଓଗାଁ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକ୍ଷକ ସୁରେନ୍ଦ୍ର ପରକିଆ, ବ୍ଳକ ଶିକ୍ଷା ଅଧିକାରୀ ସଂକିର୍ତ୍ତନ ବାଗ ଓ ଆରଡବ୍ୟୁଏସଏସ ଜେଇ ମୃତ୍ୟୁଞ୍ଜୟ ରାଉତ ଯୋଗଦେଇଥିଲେ । ସଭା ଆରମ୍ଭରେ ୨୦୨୦/୨୧ ଓ ୨୦୨୧/୨୨ ଆର୍ଥିକ ବର୍ଷର ରାଜ୍ୟ ପଞ୍ଚମ ଅର୍ଥ କମିଶନ ଓ କେନ୍ଦ୍ର ପଞ୍ଚଦଶ ଅର୍ଥ କମିଶନ ପକ୍ଷରୁ ଆସିଥିବା ଅନୁଦାନକୁ ନେଇ ଆଲୋଚନା ହୋଇଥିଲା । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିୟମାବଳୀ ଅନୁସାରେ ୫୦ ପ୍ରତିଶତ ସରକାରୀ ନିର୍ଦ୍ଧାରିତ କାମ ଓ ୫୦ ପ୍ରତିଶତ ପ୍ରତିନିଧୀଙ୍କ ଇଚ୍ଛା ଅନୁସାରେ କାମକୁ ସ୍ବିକୃତୀ ଦେବାକୁ ସିଦ୍ଦାନ୍ତ କରାଯାଇଥିଲା । ପରେ ଆରମ୍ଭ ହୋଇଥିଲା ଦେଓଗାଁ ବ୍ଳକର ବହୁ ଚର୍ଚ୍ଚିତ ଏଫଡିଆର ଅନୁଦାନକୁ ନେଇ । ୨୦୧୯ ଅଗଷ୍ଟରେ ହୋଇଥିବା ବନ୍ୟା ଯୋଗୁଁ ଦେଓଗାଁ ବ୍ଳକର ରାସ୍ତା, ଅଙ୍ଗନୱାଡି କୋଠା, ସ୍କୁଲ ଘର ନଷ୍ଟ ହୋଯାଇଛି । ବ୍ଳକର ୧୭୭ଟି ପ୍ରକଳ୍ପ ଯଥା ୧୬୫ଟି ପଞ୍ଚାୟତ ରାସ୍ତା, ୭ଟି ବିଦ୍ୟାଳୟ, ୩ଟି ଅଙ୍ଗନୱାଡୀ କେନ୍ଦ୍ର ଓ ୨ଟି ବ୍ଲକ କୋଠା ନିର୍ମାଣ କରାଯିବା ପାଇଁ ଚୁଡ଼ାନ୍ତ ହୋଇ ୧କୋଟି ୫୪ଲକ୍ଷ ଟଙ୍କା ଅନୁଦାନ ଗତ ଜୁଲାଇ ମାସରୁ ଆସିଛି । ମଞ୍ଜୁର ହୋଇ ଆସିଥିବା ଅନୁଦାନକୁ ତୁରନ୍ତ କରିବା ଦାବି କରାଯାଉଥିଲେ ମଧ୍ୟ କିଛି ରାଜନେତାଙ୍କ ଚାପରେ ବ୍ଳକ ପ୍ରଶାସନ ପକ୍ଷରୁ କାମ ଆରମ୍ଭ ହୋଇନାହିଁ । କେଉଁ କାରଣ ଯୋଗୁଁ କାମ ଆରମ୍ଭ କରାଯାଇ ନାହିଁ ବୋଲି ଉପସ୍ଥିତ ୯୦ଭ‌ାଗ ସରପଞ୍ଚ ସମିତି ସଭ୍ୟ ବିଡ଼ିଓଙ୍କୁ ଘେରିଥିଲେ । ବିଡ଼ିଓ ଚୁପ ହୋଇ ବସିବା ପରେ ଏଫଡିଆର ବନ୍ଦ ହେବା ବିଷୟରେ ସଠିକ ଉତ୍ତର ନ ଦେବା ପର୍ୟ୍ୟନ୍ତ କିମ୍ବା ବନ୍ଦ ହୋଇଥିବା ପ୍ରକଳ୍ପ କେବେ କାମ ଆରମ୍ଭ ହେବ ସେଥିର ପ୍ରତିଶୃତି ନ ଦେବା ପର୍ୟ୍ୟନ୍ତ ସଭାକୁ ଚଲାଇ ଦିଆଯିବ ନାହିଁ ବୋଲି ସରପଞ୍ଚ ସଂଘର ସଭାପତି ତଥା ଧଣ୍ଡାମାଲ ସରପଞ୍ଚ ଦୟାନିଧୀ ଖମାରୀ ଓ କିଛି ସଭ୍ୟ ଅଡ଼ି ବସିବା ପରେ ଆସନ୍ତା କାଲି ଠାରୁ କାମ ଆରମ୍ଭ ହେବ ବୋଲି ବିଡିଓ ରୁଦ୍ରପ୍ରସାଦ ସୁନା ପ୍ରତିଶୃତି ଦେବା ପରେ ସଭାକାର୍ୟ୍ୟ ସ୍ବଭାବିକ ହୋଇଥିଲା । ମଧ୍ୟାହ୍ନ ବିରତି ପରେ ଦେଓଗାଁ ବ୍ଲକରେ ଜେଏମଏଫସି କୋର୍ଟ ଓ ସବ ରେଜେଷ୍ଟ୍ରି ଅଫିସ ସ୍ଥାପନ କରିବା ସହ ଚାନ୍ଦିଲି ପାହାଡ଼କୁ ପର୍ୟ୍ୟଟନ ସ୍ଥଳୀ ମାନ୍ୟତା, ଉପରଝର ଠାରୁ ଜଳିଆ ୨୬ ନମ୍ବର ଜାତୀୟ ରାଜପଥ ଭାୟା ଫଟାମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ପାଇଁ ୨୧ କୋଟି ମଞ୍ଜୁରୀ କରିବା ବ୍ଲକର ମକୁନ୍ଦପୁର, କୂଳତାପଡା, ଅର୍ଜୁନପୁର, ବଡବାହାଲ, ଘୁଡୁକାପଲା ପଂଚାୟତକୁ ବୃହତ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାଣି ଦେବା, କୁନ୍ଦେଇମାଲ, ଲାବନକଣ୍ଟା ଧଣ୍ଡାମାଲ, ଜାଜେରମୁଣ୍ଡା କୁରୁଆଝର, ବନ୍ଧପାଲି ଓ ଡୁମେରଯୋର କଟାକୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର କରିବା, ପ୍ରସ୍ତାବ ସର୍ଵ ସମ୍ମତି କ୍ରମେ ସଭାରେ ପ୍ରସ୍ତାବ ପରିତ ହୋଇଥିଲା । ଶେଷରେ ଶିକ୍ଷା ଓ କୃଷି ଉପରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.