csstore

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମେଳନ ପ୍ରକୋଷ୍ଠଠାରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କ୍ୟାରିୟର କାଉନସେଲିଂ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ଡ଼. ସରୋଜ କୁମାର ନାଏକ । ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର ଅଗ୍ନିବୀର ଭାବେ ଯୁଗ୍ମ ଭାରତୀୟ ସେନାର ମେଜର ଅଙ୍କିତ୍ ଶର୍ମା ଏବଂ ମନତୋଷ ମଜୁମଦାର ଉକ୍ତ କାର୍ଯ୍ୟରେ ଯୋଗଦାନ କରିଥିଲେ । ଶ୍ରୀ ଶର୍ମା ସେନା ନିଯୁକ୍ତି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖଗେଶ୍ୱର ଦାସ, ପ୍ରଭାତ କୁମାର ମହାପାତ୍ର, ନବକୃଷ୍ଣ ମିଶ୍ର, ପ୍ରମୋଦ ପାଣିଗ୍ରାହୀ, ସଦାନନ୍ଦ ଭୋଇ, ଲଲାଟେନ୍ଦୁ ପ୍ରଧାନ, ଡ଼. ମମତାମୟୀ ଗୁରୁ, ଶ୍ରୀମତୀ ଝୁନୁ ପରିଡ଼ା, ଖୁଦିରାମ ପାତ୍ର, ଜୟ କୁମାର ଭୁଏ, ସୁଶ୍ରୀ ସସ୍ମିତା ମେହେର, ଶ୍ରୀମତୀ ନିକିତା ଭୋଇ ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଡ଼. ସୁବୋଧ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.