ଟିଟିଲାଗଡରେ ବିଜେପିର ପ୍ରଶିକ୍ଷଣ ଶିବିର

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି । ଆଜି ଟିଟିଲାଗଡର ମହାବୀର ଧର୍ମଶାଳାରେ ଟିଟିଲାଗଡ ବିଜେପି ଦଳ ତରଫରୁ ଏକ ମଣ୍ଡଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଏଥିରେ ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓ ଏହି ପ୍ରଦେଶ ପ୍ରଶିକ୍ଷଣ ଶିବିର ଟିଟିଲାଗଡ ଉପଖଣ୍ଡର ଟିଟିଲାଗଡ, କୁରସୁଡ଼, ଲୁଥୁରବନ୍ଧ, ଶଗଡ଼ଘାଟ ଆଦି ଚାରିଟି ମଣ୍ଡଳର ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ସଭାଟି ଟିଟିଲାଗଡ ବିଜେପି ସହର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା । ମହାରାଜା କନକ ବର୍ଦ୍ଧନ ସିଂହଦେଓ , ଅଶୋକ ଦୋରା, ସୁଶାନ୍ତ ବଞ୍ଛୋର, ପ୍ରମୋଦ ସରାଫ, ଗୁନୁ ସୋନି, ଶୁଭ୍ରାଂଶୁ ଦାସ, ଶିବାଜୀ ମହାନ୍ତି, ମୁକେଶ ଜୈନ, ନିମାଇଁ ବେହେରା, ଦିଲୀପ ଖର୍ସେଲ, ଜିବର୍ଦ୍ଧନ ଖର୍ସେଲ ଆଦି ମଞ୍ଚାସୀନ ଥିଲେ । ଟିଟିଲାଗଡ ମହିଳା ମୋର୍ଚ୍ଚାର ସଭାପତି ସବିତା ବେହେରା ଉପସ୍ଥିତ ଥିଲେ । କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିବା ସହ ରାଜ୍ୟ ସରକାର କିପରି କେନ୍ଦ୍ର ସରକାରଙ୍କ ଯୋଜନାକୁ ନାମ ପରିବର୍ତ୍ତନ କରି କିପରି ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି କହିଥିଲେ । ପ୍ରଧାନ ମନ୍ତ୍ରୀ ଆବାସକୁ ବିଜୁ ପକ୍କାଘର ବୋଲି କହି ନିରୀହ ଜନତାଙ୍କୁ ଠକୁଥିବା କନକ ବର୍ଦ୍ଧନ ସିଂହଦେଓ କହିଥିଲେ । ଏହା ସହ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କରେ କହିବା ସହ ସାଧାରଣ ଜନତାଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ କିପରି ଭାବେ ଜଣାଇବେ ତାହା ପ୍ରଶିକ୍ଷଣ ଶିବିରରେ କହିଥିଲେ।

Leave A Reply

Your email address will not be published.