ଗଙ୍ଗାଧର ସାରସ୍ୱତ ସମିତିର ବିଶ୍ୱ ମାତୄଭାଷା ଦିବସ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ବୁଧବାର ବିଶ୍ୱ ମାତୄଭାଷା ଦିବସ ପାଳନ କରାଯାଇଛି । ଏନେଇ ସ୍ଥାନୀୟ ସ୍ୱରସଙ୍ଗମ କଳା ପରିଷଦଠାରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମାତୄଭାଷାର ମିଠାପଣ ସହିତ ଏହି ଦିବସ ପାଳନର ମହତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଏଥିସହ ସାହିତ୍ୟ ସମିତି ଗୁଡ଼ିକ ସାଧାରଣରେ ମାତୄଭାଷାର ବହୁଳ ବ୍ୟବହାର ଦିଗରେ ସଚେତନତା ସୃଷ୍ଟି କଲେ ଭାଷାର ସୁରକ୍ଷା ହେବ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ରବୀନ୍ଦ୍ର ନାଥ ଯୋଷୀ, ସତ୍ୟବ୍ରତ ଗହିର, ପ୍ରଦ୍ୟୁମ୍ନ କୁମାର ସିଂହ ଚିନ୍ଦା, ଚୂଡ଼ାମଣି ମେହେର, ଗୌତମ ମେହେର, ଭ୍ରମର ବାଗ, ଶିବ ପ୍ରସାଦ ମେହେର, ଲୋଚନ ମେହେର, ବିଜୟ କୁମାର ଯୋଷୀ, ସାନୁର୍ଯ୍ୟ ମେହେର, ତସ୍ମିନ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୌତମ ମେହେର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

14 + 18 =