csstore

ବଲାଙ୍ଗିର ୱାର୍ଡ ନଂ.୨ରେ ପିଡ଼ିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତାର ଶୁଭାରମ୍ଭ କଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅହେତୁକ ଦରଦାମ୍‌ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଡ଼ିଏସ୍‌ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ଏହି କ୍ରମରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ୨୧ଟି ୱାର୍ଡ ପାଇଁ ୧୭ଟି କ୍ୟାମ୍ପ୍‌ର ବ୍ୟବସ୍ଥା କରାଯାଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଆଜି ଶାନ୍ତିପଡ଼ାର ୨. ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ପ୍ରଦାନର ଶୁଭାରମ୍ଭ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଗତକାଲି ୯. ନମ୍ବର ୱାର୍ଡରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ସମୁଦାୟ ୧୫ ହଜାର ୫୨୧ ଜଣ ହିତାଧିକାରୀ ଏହି ଲାଭ ପାଇବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି ।

jayashree
Leave A Reply

Your email address will not be published.