csstore

ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦ୍ୱାରା ବ୍ରାହ୍ମଣ ସମାଜ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ରାହ୍ମଣ ସମାଜର ଭବନ ନିର୍ମାଣ ପାଇଁ ସ୍ଥାନୀୟ ମାଉସୀ ମା’ ମନ୍ଦିର ନିକଟରେ ଓଡିଶା ସରକାରଙ୍କ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ମନ୍ତ୍ରପାଠ ଓ ଶୁଭ ଶଙ୍ଖ ଧ୍ୱନିରେ ମନ୍ତ୍ରୀ ଶ୍ରୀମତୀ ସାହୁ ଫଳକର ଅନବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣ ସମାଜର ଉପ ସଭାପତି ରାମ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି, ବିଜେଡି ପର୍ଯ୍ୟବେକ୍ଷକ ଅଜୟ ନାୟକ ସମ୍ମାନିତ ଅତିଥି, ସମ୍ପାଦକ ସତ୍ୟବ୍ରତ ପଣ୍ଡା, ବରିଷ୍ଠ ସଭ୍ୟ ବିଶ୍ୱରାମ ଠାକୁର, ରାଜେନ୍ଦ୍ର ନାରାୟଣ ମିଶ୍ର ଏବଂ ଚିନ୍ତାମଣି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ପାଦକ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ଏହି ଭବନ ନିର୍ମାଣ ପାଇଁ ଓଡିଶା ସରକାର ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ ଓ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ସମାଜ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସଭାକାର୍ଯ୍ୟକୁ ଚିନ୍ତାମଣି ମହାପାତ୍ର ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସଦସ୍ୟ ଶୁକଦେବ ଯୋଶୀ, ରମାନାଥ ଖମାରୀ, ମୀନକେତନ ମିଶ୍ର, ଭକ୍ତ ପ୍ରସାଦ ପୁରୋହିତ, ସଂଜୀବ ପାଢ଼ୀ, ହରି ନାରାୟଣ ମିଶ୍ର, ରାଜୀବ ଲୋଚନ ପାଢ଼ୀ, ଜଗନ୍ନାଥ ପଣ୍ଡା, ବୃନ୍ଦାବନ ପଣ୍ଡା, ଯୁଗଳ କିଶୋର ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରି ସଫଳ କରିଥିଲେ ।

jayashree
Leave A Reply

Your email address will not be published.