କ୍ୟାବିନେଟରେ ମଞ୍ଜୁର ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବିଲ ସମ୍ପର୍କରେ ଆଲୋଚନା ଓ ମତାମତ ସଂଗ୍ରହ
ବଲାଙ୍ଗିର, (ଦେବାଶିଷ ମିଶ୍ର): ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହ ମଧ୍ୟରେ ଓଡିଶା ସରକାରଙ୍କ କ୍ୟାବିନେଟରେ ମଞ୍ଜୁର ହୋଇଥିବା ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବିଲ୍ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ଙ୍କ ମତାମତ ଗ୍ରହଣ କରାଯାଇଥିଲା । ସମସ୍ତେ ଏହି ନୂତନ ବିଲ୍ ଟିକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କହିବା ସହ ଆଗାମୀ ଦିନରେ ଏହା ସରକାରୀ ବିଦ୍ୟାଳୟରେ ପଢୁଥିବା ବିଦ୍ୟାର୍ଥୀ ମାନଙ୍କର ଇଞ୍ଜିନିୟରିଂ ଓ ମେଡିକାଲ ପଢିବା ଆକାଂକ୍ଷାକୁ ପୂରଣ କରିବ ବୋଲି ମତାମତ ଦେବା ସହ ଓଡିଶା ସରକାରଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ୟ୍ୟକ୍ରମରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ଓଏଭି ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ଶିକ୍ଷକ ସୁନୀଲ କୁମାର ବେହେରା, ରାମ ଗୋପାଲ ଶର୍ମା, ଆନନ୍ଦ ବଡପଣ୍ଡା, ଅଭିଭାବକ ବଳରାମ ଖମାରୀ, ଗୋପାଳ ମହାକୁର, ରଙ୍କମଣୀ ବିଶ୍ୱାଳ, ରତିକାନ୍ତ ଦାଶ, ଛାତ୍ରୀ ସଂସ୍କୃତି ଖମାରୀ, ଶୁଭଶ୍ରୀ ଦାଶ, ଛାତ୍ର ସୋମେଶ କୁମାର ସାହୁ, ସଙ୍କେତ କୁମାର ଦାଶ, ରିକନ ମହାକୁର, ଜ୍ଞାନ ରଂଜନ ରଣା, ଦିବ୍ୟଦର୍ଶନ ପୋଢ, ଲୋକନାଥ ମହାରଣା, ରମଣ କୁମ୍ଭାର, ପଂଚମ୍ ସେଠ, ସୁଶୋଭନ୍ ମିଶ୍ର, ଅଭିଜିତ ବିଶ୍ୱାଳ, ପ୍ରୀତିଶ ବିଶ୍ୱାଳ, ଚନ୍ଦ୍ରଶେଖର ପଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଡି.ଇ.ଓ ଧୃବ ଚରଣ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ସହିତ ଉକ୍ତ ବିଲ୍ ସମ୍ପର୍କରେ ଆଲୋଚନା କରିବା ସହ ଏହି ନୂତନ ବିଲ୍ର ସକାରାତ୍ମକ ଦିଗ ପ୍ରତି ସମସ୍ତଙ୍କୁ ଅବଗତ କରାଇଥିଲେ ।