ରାଜଧାନୀରେ ଲୁଟେରା ଆତଙ୍କ

ଭୁବନେଶ୍ୱର : ରାଜଧାନୀରେ ଲୁଟେରା ଆତଙ୍କ । ତାଲା ପଡିଥିବା ଘରେ ପଶି ଲୁଟି ନେଲେ ଲୁଟେରା । ଭୁବନେଶ୍ୱର କପିଳପ୍ରସାଦ କେଳୁଚରଣ ଲେନ୍‌ରୁ ଲୁଟ୍‌ ହୋଇଥିବା ଖବର ମିଳିଛି । ସୂଚନାନୁଯାୟୀ, କପିଳପ୍ରସାଦ କେଳୁଚରଣ ଲେନ୍‌ ୫ରେ ଥିବା ଏକ ଘରେ ଲୁଟେରାମାନେ ପଶି ଲୁଟ୍‌ କରିଛନ୍ତି । ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ନେଇଛନ୍ତି ଲୁଟେରା । ଘର ମାଲିକ ଧ୍ରୁବ ପାତ୍ର ଦୁଇ ଦିନ ତଳେ ବାଙ୍ଗାଲୋର ବୁଲିବାକୁ ଯାଇ ଥିବାବେଳେ ଝରକା ଭଙ୍ଗା ଯାଇଥିବା ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ ପଡୋଶୀ । କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

error: Content is protected !!