jsm

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ରୋଭର୍ସକୁ ହରାଇ ଏଲ୍‌ଏସ୍‌ ସୁନ୍ଦରଗଡ ବିଜୟୀ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଲ୍‌ଏସ୍‌ ସୁନ୍ଦରଗଡ ୧-୦ ଗୋଲରେ କଟକ ରୋଭର୍ସକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଛି । ଖେଳକୁ ରେଫରି ଭାବରେ ଶଶିକାନ୍ତ ଦାସିଆ, ଶୁଶାନ୍ତ ନାଗ, ସୁଦର୍ଶନ ସେଠ ଓ ରାଜେନ୍ଦ୍ର ଧରୁଆ ପରିଚାଳନା କରିଥିଲେ । ସୁଦୟ ବାରିକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ରୁଦ୍ରଦେବ ପ୍ରଧାନ, ପ୍ରଦ୍ୟୁମ୍ନ ନନ୍ଦ, ଜୀବନ ସୁନା, ସମୀର ବାରିକ, ପିତବାସ ସାଏ ଓ ଖଲିଉର ରହେମାନଙ୍କୁ ମୁଖ୍ୟ ଅତିଥି ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡା ସଂଗଠକ ଡା. ସିଦ୍ଧେଶ୍ଵର ମିଶ୍ର, ପୂର୍ବତନ ଖେଳାଳି ଚଗଲା ପରିଚ୍ଛା, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ମଂଚାସୀନ ଥିଲେ । ସିସିଏଫ୍‌ଏ କ୍ଲବର ଉପ-ସଭାପତି ଗମନିଏଲ ନାଗ, ସଂପାଦକ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ସରଜୁ ନାଗ, ପରିଚାଳନା କମିଟି ସଦସ୍ୟ ସାନ୍ତନୁ ନାଗ, ପୃଥେଶ୍ୱର ନାଗ, ଶ୍ରୀଧର ସେଠ, ଗରୁଡଧ୍ୱଜ ସାଏ, ଅସିମ ପାଲ, ଉମେଶ ଚନ୍ଦ୍ର ନାଗ, ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା, ଚେତନାନନ୍ଦ ପଣ୍ଡା, ବିରେନ୍ଦ୍ର ସୁନା, ବିଦ୍ୟୁତ କୁମାର, ବିରାଜ ଇସମାଇଲ ସୁନା, ଧରିତ୍ରୀ ବାଗ, ଆରଜୁ ନାଗ, ସୁବୋଧ ନନ୍ଦ, ଅବଦୁଲ ମୁଜିବ, ଜିତୁ ଦଲାଇ, ସୁସୋଭିତ ସାଗର ପ୍ରମୁଖ ସହଯୋଗ କରିଥିଲେ । ୧୭ ତାରିଖ ଶନିବାର ଦୋସ୍ତି ବ୍ରଦର୍ଶ ଝାରସୁଗୁଡା ବନାମ ଜଗା ଏକାଡେମୀ ଭୁବନେଶ୍ୱର ମଧ୍ୟରେ ଖେଳ ହେବ ବୋଲି ଆୟୋଜନ କମିଟି ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.