ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଜଗା ଏକାଡେମୀକୁ ହରାଇ ଝାରସୁଗୁଡା ବିଜୟୀ

ବଲାଙ୍ଗଶର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଂଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ (ସୋନୁ)ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ନିର୍ଦ୍ଦେଶକ ସୁଲୋଚନା ଆଇଟିସି ମନୋଜ କୁମାର ମିଶ୍ର ଏବଂ ୱାର୍ଡ ନଂ.୩ କାଉନସିଲର ରଜନୀ ବନଛୋର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦୋସ୍ତି ବ୍ରଦର୍ସ ଝାରସୁଗୁଡା ୧-୦ ଗୋଲରେ ଜଗା ଏକାଡେମୀ ଭୁବନେଶ୍ୱରକୁ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛି । ଖେଳକୁ ରେଫରି ଭାବରେ ଶଶିକାନ୍ତ ଦାସିଆ, ଶୁଶାନ୍ତ ନାଗ, ଦେବାଶିଷ ବାଗ ଓ ସୁଦର୍ଶନ ସେଠ ପରିଚାଳନା କରିଥିଲେ । ସୁଦୟ ବାରିକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ଶ୍ରୀଧର ବଢିଆ, ପ୍ରଭାତ କୁମାର ଦାଶ, ପ୍ରଦୋଶ କୁମାର ଦାଶ, ଅବଦୁ ସାହୁ, ବିଧୁଭୂଷଣ ସେଠ, ସରୋଜ କୁମାର ବାଗ, ଜିତୁ କୁମାରଙ୍କୁ ଅତିଥିଗଣ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସିସିଏଫ୍‌ଏ ସଭାପତି ଶ୍ରୀ ନାଗ କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, ସଂସଦର ସଦସ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା ଓ କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସିସିଏଫ୍‌ଏ କ୍ଲବର ଉପ-ସଭାପତି ଗମନିଏଲ ନାଗ, ସଂପାଦକ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ସରଜୁ ନାଗ, ପରିଚାଳନା କମିଟି ସଦସ୍ୟ ସାନ୍ତନୁ ନାଗ, ପୃଥେଶ୍ୱର ନାଗ, ପୂର୍ବତନ ସଭାପତି ଶ୍ରୀଧର ସେଠ, ଅସିମ ପାଲ, ଉମେଶ ଚନ୍ଦ୍ର ନାଗ, ନବୀନ ସାଗର, ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା, ଚେତନାନନ୍ଦ ପଣ୍ଡା, ବିରେନ୍ଦ୍ର ସୁନା, ବିଦ୍ୟୁତ କୁମାର, ବିରାଜ ଇସମାଇଲ ସୁନା, ଧରିତ୍ରୀ ବାଗ, ଆରଜୁ ନାଗ, ସୁବୋଧ ନନ୍ଦ, ପ୍ରଦ୍ୟୁମ୍ନ ନନ୍ଦ, ଅବଦୁଲ ମୁଜିବ, ଜିତୁ ଦଲାଇ, ସୁସୋଭିତ ସାଗର, ଖଲିଉର ରହେମାନ ପ୍ରମୁଖ ସହଯୋଗ କରିଥିଲେ । ୧୯ ତାରିଖ ସୋମବାର ଏଲ୍‌ଏସ୍‌ କ୍ଲବ ସୁନ୍ଦରଗଡ ଓ ଦୋସ୍ତି ପ୍ରଦର୍ସ ଝାରସୁଗୁଡା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି ଆୟୋଜନ କମିଟି ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

9 + 20 =