କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ବାର୍ଷିକ ୧୨ ହଜାରୁ ୧୮ ହଜାରକୁ ବୃଦ୍ଧି

  • ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ
  • ଉପକୃତ ହେବେ ୧୩,୬୦୦ କୃଷକ ସାଥି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ (Contigent Exptenditure) ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ । ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ । ସୂଚନାଯୋଗ୍ୟ ଯେ କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ଦେଇଥିଲେ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି । କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି ।

Leave A Reply

Your email address will not be published.

4 × 5 =