oom

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସିସିଏଫ୍‌ଏ ବଲାଙ୍ଗିରକୁ ହରାଇ ସମ୍ବଲପୁର ଫାଇନାଲରେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଓ ସମ୍ମାନିତ ଅତିଥି ଭାବେ ନବଜୀବନ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ବାଗ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ବଲପୁର ବନାମ ସିସିଏଫ୍‌ଏ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିବା ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୧୧-୧୦ ଗୋଲରେ ସମ୍ବଲପୁର ଦଳ ସିସିଏଫ୍‌ଏ ବଲାଙ୍ଗିରକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ଖେଳକୁ ରେଫରି ଭାବରେ ଶଶିକାନ୍ତ ଦାସିଆ (ବୌଦ୍ଧ), ଉମେଶ ଭୋଇ, ଜଳନ୍ଧର ସାହୁ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ସୁଦୟ ବାରିକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ରଘୁ ସୁନା, ଦେବ ସୁନା, ସୁବୋଧ ପ୍ରଧାନ, ଅନୁପ ସାଏ ଓ କେସିଙ୍ଗାର ମୁନା ପରିଡାଙ୍କୁ ମୁଖ୍ୟ ଅତିଥି ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, କାର୍ଯ୍ୟକାରୀ କମିଟି ସଭ୍ୟ ଜୟରାମ ମିଶ୍ର ମଂଚାସୀନ ଥିଲେ । ସିସିଏଫ୍‌ଏ କ୍ଲବର ଉପ-ସଭାପତି ଗମନିଏଲ ନାଗ, ସଂପାଦକ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ସରଜୁ ନାଗ, ପରିଚାଳନା କମିଟି ସଦସ୍ୟ ମନୋଜକାନ୍ତ ନାଗ, ସାନ୍ତନୁ ନାଗ, ପୃଥେଶ୍ୱର ନାଗ, ପ୍ରଦ୍ୟୁମ୍ନ ନନ୍ଦ, ଉମେଶ ଚନ୍ଦ୍ର ନାଗ, ସୁବାଷ ନାଗ, ଶ୍ରୀକାନ୍ତ ରାଉତ, ଦିଲ୍ଲୀପ ସେଠ, ବିରେନ୍ଦ୍ର ସୁନା, ବିଦ୍ୟୁତ କୁମାର, ବିରାଜ ଇସମାଇଲ ସୁନା, ଧରିତ୍ରୀ ବାଗ, ଆରଜୁ ନାଗ, ଶୁଶାନ୍ତ କୁମାର ନାଗ ପ୍ରମୁଖ ସହଯୋଗ କରିଥିଲେ । ୧୬ ତାରିଖ ଶୁକ୍ରବାର ସୁନ୍ଦରଗଡ ଏଲଏସ୍‌ ବ୍ରଦର୍ସ ବନାମ କଟକ ରୋଭର୍ସ କ୍ଲବ ମଧ୍ୟରେ ଖେଳ ହେବ ବୋଲି ଆୟୋଜନ କମିଟି ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.