csstore

ବଙ୍ଗୋମୁଣ୍ଡା କ୍ରୀଷ୍ଣା ଲର୍ଣ୍ଣିଂ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ କ୍ରିଷ୍ଣା ଲର୍ଣ୍ଣିଂ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିଚାଳକ ରାଜେଶ ଜୈନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର ରାକେଶ ଅଗ୍ରୱାଲ, ଶିକ୍ଷକ ସୁଶାନ୍ତ ମହାନ୍ତି, ସମାଜସେବୀ ଧରମପାଳ ଜୈନ, ସ୍କୁଲର ପ୍ରଧାନ ଶିକ୍ଷକ ଭୈରବ ଛୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ହେଉଛି ମଣିଷର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପୁଷ୍ପା ସିନ୍ଦୁର ମଞ୍ଚ ପରିଚାଳନା କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହୋଇଥିଲା । ଏଥିରେ ସ୍କୁଲର ପୁଷ୍ପା ସିନ୍ଦୁର, ସସ୍ମିତା ପ୍ରଧାନୀ, ପ୍ରଗତି ଧର, ନଳିନୀ ପାଣିଗ୍ରାହୀ, ପ୍ରତିମା ବାଗ, ସୀମା ସାହୁଙ୍କ ସମେତ ଅନେକ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ପୂର୍ଣ୍ଣମାତ୍ରରେ ସହଯୋଗ କରିଥିଲ । ପ୍ରଧାନ ଶିକ୍ଷକ ଭୈରବ ଛୁରା ସଭା ସାଙ୍ଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.