ପଞ୍ଚମ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ନିଶାମଣି ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇଙ୍କ ସଭାପତିତ୍ୱରେ ପଞ୍ଚମ ବ୍ଲକସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ରୋଜାଳିନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନ ଶିକ୍ଷକ ଡ. ସଂଗୀତା ରଥ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଆସନ୍ତା ଦଶମ ପରୀକ୍ଷାର୍ଥୀମାନଙ୍କୁ ଶିକ୍ଷକମାନେ କିଭଳି ଭାବରେ ପ୍ରସ୍ତୁତ କରିବେ ଉପଦେଶ ଦେଇ ଥିଲେ । ଶିବଶଙ୍କର ମିଶ୍ର ସାଧନକର୍ମୀ କାର୍ଯ୍ୟ ତୁଳାଇ ଥିବାବେଳେ ବ୍ଲକର ୩୭ ଜଣ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ସଭାର ଶୁଭାରମ୍ଭ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ବୃନ୍ଦଙ୍କ ସ୍ୱାଗତ ସଂଗୀତରୁ ହେଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କଛପଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ସାରା ଜିଲ୍ଲାର ଗୌରବ ବର୍ଦ୍ଧନ କରି ଥିବାରୁ ତାଙ୍କୁ ଉପଢୌକନ ତଥା ସ୍ମୃତି ଚିହ୍ନ ଦେଇ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.